ରାମଚଣ୍ଡୀ ଛାଡ଼ିଲା ବାୟୁସେନାର ଦୁଃସାହସିକ ପାରାମୋଟର

Konark-Jawan

କୋଣାର୍କ, (ଆପ୍ର): ଭାରତୀୟ ବାୟୁସେନା ପକ୍ଷରୁ ଭାରତୀୟ ସହିଦମାନଙ୍କ ସମ୍ମାନ ଉଦ୍ଧେଶ୍ୟରେ ବାୟୁସେନାର ଦୁଃସାହସିକ ସେଲ୍ ପକ୍ଷରୁ ଭାରତୀୟ ଉପକୂଳରେ ଆରମ୍ଭ ହୋଇଥିବା ଦୁସାହସିକ ପାରା ମୋଟର ଯାତ୍ରା ଗତକାଲି କୋଣାର୍କର ରାମଚଣ୍ଡୀଠାରେ ପହଞ୍ଚିବା ପରେ ଆଜି ବାୟୁସେନାର ଯବାନମାନେ ରାମଚଣ୍ଡୀ ଉପକୂଳରୁ ପୁନଃ ଯାତ୍ରା ଆରମ୍ଭ କରିଛନ୍ତି । ଗତ ୨୮ ଜାନୁଆରୀରେ ୧୩ ଜଣିଆ ଟିମ୍କୁ ଦିଲ୍ଲୀରେ ଫ୍ଲାଗ୍ ଅପ୍ କରାଗଲା ପରେ୧ ଫେବ୍ରୁଆରୀରୁ ପଶ୍ଚିମବଙ୍ଗର କୁଲେଇକୁଣ୍ଡା ଉପକୂଳରୁ ଏହି ଟିମ୍ ମୋଟା ଚାଳିତ ପାରଚୁଟ୍ ବା ପାରାମୋଟର ଯାତ୍ରା ଆରମ୍ଭ କରିଥିଲା । ଗତକାଲି ଏହି ଟିମ୍ ରାମଚଣ୍ଡୀ ଉପକୂଳରେ ପହଞ୍ଚିବା ପରେ ଆଜି ଦୁଇଟି ପାରା ମୋଟର ୩ଜଣ ଯାତ୍ରୀ ପୁନଃ ଯାତ୍ରା ଆରମ୍ଭ କରିଥିଲେ । ଏହି ୧୩ଜଣିଆ ଟିମ୍ ମଧ୍ୟରେ ୬ଜଣ ପାରାମୋଟର ସଦସ୍ୟ ଥିବା ବେଳେ ଅନ୍ୟମାନେ ମେଡିକାଲ ଯିମ୍ ଆଡଭାନ୍ସ ଟିମ୍ରେ ରହିଛନ୍ତି । ଏମାନଙ୍କ ସହ ଗୋଟିଏ ଦୁଇଜଣ ବସିବା ଭଳି ଚକ ଥିବା ପାରାମୋଟର ଥିବା ବେଳେ ଆଉ ଗୋଟେ ଫୁଟ ଇଞ୍ଚର ପାରା ମୋଟର ରହିଛି । ପୂର୍ବ ଭାରତ ଉପକୂଳରେ ଯାଇ ପଶ୍ଚିମ ଭାରତ ଉପକୂଳ ଯାତ୍ରା ପରେ ଜାମ୍ମୁ, ୟୁପି, ବିହାର ଅତିକ୍ରମ କରି ୪୫ ଦିନରେ ୧୦ ହଜାର କିଲୋମିଟର ଯାତ୍ରା ପରେ ଏହି ଟିମ୍ ପଶ୍ଚିମ ବଙ୍ଗର କୁଲେଇକୁଣ୍ଡାରେ ଯାତ୍ରା ଶେଷ କରିବ । ଭାରତୀୟ ବାୟୁସେନା ଯବାନ ତଥା ୱିଙ୍ଗ କମାଣ୍ଡର ଏମ ପି ସୋଲାଙ୍କିଙ୍କ ନେତୃତ୍ୱରେ ଅଙ୍କୁର ଯାଦବ, କ୍ୟାପଟେନ ଆର କେ ସିଂ, ୱିଙ୍ଗ କମାଣ୍ଡର ରାମାକାନ୍ତ, ମଦନ ରେଡ୍ଡୀ, ମୋତିଲାଲ ଯାଦବ, ବିଶାଳ ଠାକୁର, କୁଳଦୀପ ସଙ୍ଗବାନ ୬ ଜଣ ସ୍କା୍ଏ ରାଇଡର ପାରାମୋଟରରେ ଯାତ୍ରା କରୁଥିବାବେଳେ ୮ଜଣ ଯବାନ ଏହି ଯାତ୍ରାକୁ ସୁଫଳ କରିବା ପାଇଁ ସେମାନଙ୍କ ସହ ସାମିଲ୍ ହୋଇଛନ୍ତି ।