Jatni-1

ବେଣାପରୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ

42

ଜଟଣୀ (ଆପ୍ର): ଜଟଣୀ ଥାନା ଅନ୍ତର୍ଗତ ବେଣାପରୀ ଗ୍ରାମ ମୁସଲିମ୍ ସାହିରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବିଦୁ୍ୟତ୍ ସଟ୍ସର୍କିଟ ଯୋଗୁଁ ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଖବର ପ୍ରଚାର ହେବା ମାତ୍ରେ ଜଟଣୀ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲା । ଏଥିରେ ସେହି ସାହିର ବ୍ୟକ୍ତି ହଦିସନ୍ ବେୱା, ଗୁଲସନ୍ ବେୱା, ସୟଦ୍ ହେଦାୟତ୍ ଅଲ୍ଲୀ, ସୌକତନ୍ ବିବି, ସେକ୍ ଦରୁଦ୍, ସେକ୍ ମୌସିର, ସାଜିଉଦ୍ଧିନ ଖାନ୍, ସାହାଜାଦ୍ ଖାନ୍ଙ୍କ ଘରର ଧାନ, ଚାଉଳ, ବାସନକୁସନ୍, ନଗଦ ଅର୍ଥ ପୋଷାକପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଏମାନେ କହିଛନ୍ତି । ଘଟଣାସ୍ଥଳରେ ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରା ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସହାନୁଭୂତି ଜଣାଇବା ସହ ଆର୍ଥିକ ସହାୟତା ଦେଇଥିବାବେଳେ ବେଣାପରୀ ଆର୍ଆଇ ଓ କର୍ମଚାରୀ ସମସ୍ତ ତଥ୍ୟକୁ ଭିତ୍ତିକରି ହିତାଧିକାରୀମାନଙ୍କୁ ସରକାରଙ୍କ ଯୋଜନା ମୁତାବକ ପଲିଥିନ୍ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବା ଜଣାଯାଇଛି । ଏ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଠିକ ଭାବରେ ତଦନ୍ତ କରାଯାଇ ସାହାଯ୍ୟ ପ୍ରଦାନ କରାଯିବା ବୋଲି ଜଣେ ବରିଷ୍ଠ ଅଫିସର କହିଛନ୍ତିା

ସେଆର କରନ୍ତୁ:



Powered by odothemes.com