Action-to-free-the-podium-of-posters-starts

ନୋ ହୋର୍ଡିଂ ଜୋନ୍ରୁ ପୋଷ୍ଟର ଉଚ୍ଛେଦ

33

ଭୁବନେଶ୍ୱର, (ବୁ୍ୟରୋ): ନୋ ହୋର୍ଡିଂ ଜୋନ ଭାବେ ଚିହ୍ନଟ ରାଜଭବନ ଛକସ୍ଥିତ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଲଗାଯାଇଥିବା ପୋଷ୍ଟର ଓ ହୋଡିଂ ସବୁକୁ ଓଡ଼ିଆ ଭାଷା ସ୍ୱାଭିମାନ ମଞ୍ଚ ପକ୍ଷରୁ ହଟାଯାଇଛି । ନୋ ହୋଡିଂ ଜୋନରେ ଏଭଳି ପୋଷ୍ଟର ମାରିବା ଓ ତାକୁ କେନ୍ଦ୍ରକରି ରାଜନୀତି କରୁଥିବାରୁ ରାଜନୈତିକ ଦଳଗୁଡିକୁ ସ୍ୱାଭିମାନ ମଞ୍ଚ ତୀବ୍ର ନିନ୍ଦା କରିଛି । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର କାର୍ଯ୍ୟଧାରା ଉପରେ ମଞ୍ଚ ପ୍ରଶ୍ନ ଉଠାଇଛି ।  ରାଜଭବନ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପୋଷ୍ଟର ମାରି ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ଅପମାନିତ କରିଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଶନିବାର ଓଡ଼ିଆ ସ୍ୱାଭିମାନ ମଞ୍ଚ ଉକ୍ତ ପୋଷ୍ଟରଗୁଡିକୁ ହଟାଇବା ସହ ଘଟଣାର ଘୋର ନିନ୍ଦା କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com