ଓଡ଼ିଆ ଜାତିର ସ୍ୱାଭିମାନ ଥିଲେ ମଧୁବାବୁ

jayadev-bhawan-re-utkal-gourav-madhusudan-das-nkn-82-tama-shradha-dibas-ku-I-&-PR-secy,-udghatan-karuchanti-(1)

ଭୁବନେଶ୍ୱର, ୪ା୨(ବୁ୍ୟରୋ): ଉକ୍ରଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ । ସେ ୧୮୯୭ ମସିହାରେ ବିଲାତ ଯାଇଥିଲେ । ବିଲାତରେ ସେ ଓଡ଼ିଶାର ତାରକସି, ଶିଙ୍ଗ ଏବଂ ହାତୀଦାନ୍ତ ଭଳି ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ କରି ଇଂରେଜମାନଙ୍କୁ କଳାର ଉକ୍ରର୍ଷ ଦେଖାଇଥିଲେ ।ସେଠାରୁ ଫେରିବା ପରେ ‘ଉକ୍ରଳ ଦୀପିକା’ ତାଙ୍କୁ ଉକ୍ରଳର ଗୌରବ ଭାବେ ସମ୍ବୋଧିତ କରିଥିଲା । ଆଉ ସେବେଠୁ ମଧୁବାବୁ ଉକ୍ରଳର ଗୌରବ ଭାବେ ପରିଚିତ ବୋଲି ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଦାସ ବେନହୁର କହିଛନ୍ତି । ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଉକ୍ରଳ ସମ୍ମିଳନୀ ପକ୍ଷରୁ ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ବେନହୁର କହିଲେ, ଓଡ଼ିଆ ଜାତି ମଧୁବାବୁଙ୍କୁ ବହୁ ନିର୍ଯାତିତ ଓ ଅପମାନିତ କରିଥିଲେ ମଧ୍ୟ ଓଡ଼ିଶାରେ ରହିଥିବା ଉକ୍ରର୍ଷକୁ ସେ ବିଲାତରେ ଦର୍ଶାଇଥିଲେ । ଓଡ଼ିଆ ଜାତି କିପରି ଆଗକୁ ଯିବ ଏବଂ ଓଡ଼ିଶା ବାହାରେ ଓଡ଼ିଆମାନେ କିପରି ନିଜର ସ୍ୱାଭିମାନ ସହିତ ରହିପାରିବେ ସେନେଇ ସେ ସର୍ବଦା ଚିନ୍ତିତ ଥିଲେ । ମଧୁବାବୁ କହୁଥିଲେ, ‘ଶିଳ୍ପର ଉନ୍ନତି ବିନା ଜାତିର ଅର୍ଥନୈତିକ ବିକାଶ ଅସମ୍ଭବ’ ସେଥିପାଇଁ ସେ ‘ଉକ୍ରଳ ଟ୍ୟାନେରୀ’ ପ୍ରତିଷ୍ଠା କରିଥିଲେ । ଯେଉଁଥିରୁ ଉପିାଦିତ ଜୋତାର ସେତେବେଳେ ସମଗ୍ର ଦେଶରେ ଚାହିଦା ଥିଲା । ଶେଷରେ ଉକ୍ରଳ ଟ୍ୟାନେରୀ ପାଇଁ ସେ କରିଥିବା ଋଣ ପରିଶୋଧ କରି ନ ପାରି ଦେବାଳିଆ ହୋଇ ଯାଇଥିଲେ ବୋଲି ଶ୍ରୀ ଦାସ ବେନହୁର କହିଥିଲେ । ଏହି ଅବସରରେ ଶ୍ରୀ ବେନହୁର ଉକ୍ରଳ ଟ୍ୟାନେରୀ ଥିବା ସ୍ଥାନରେ ଏକ କୀର୍ତ୍ତି ସ୍ତମ୍ବ ସ୍ଥାପନ କରିବା ପାଇଁ ଏଠାରେ ପ୍ରସ୍ତାବ ଦେଇଥିଲେ । ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି ଉତ୍ସବରେ ସଭାପତିତ୍ୱ କରି କହିଲେ, ଛାତ୍ର ଜୀବନଠାରୁ ମୃତୁ୍ୟ ପର୍ଯ୍ୟନ୍ତ ତାଙ୍କ ଜୀବନ ସଂଘର୍ଷମୟ ଥିଲା । ସଂଗ୍ରାମ କରି କିପରି ପାଠ ପଢାଯାଏ ତାହା ମଧୁବାବୁଙ୍କ ଠାରୁ ଶିଖିବା ଦରକାର । ମଧୁବାବୁ କଲିକତା ଯାଇ ୧୮୭୦ ମସିହାରେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ଭାବେ ବିଏ ପାସ୍ କରିଥିଲେ । ଏହାପରେ ୧୮୭୩ରେ ଏମ୍ଏ ଓ ପରେ ଓକିଲାତି ପାସ୍ କରିଥିଲେ । ତାଙ୍କ ପୂର୍ବରୁ ଗୌରୀଶଙ୍କର ରାୟ ଓ ରାଧାନାଥ ରାୟ ଉଚ୍ଚଶିକ୍ଷା ପାଇଁ କଲିକତାକୁ ଯାଇଥିଲେ ମଧ୍ୟ ଅଧାରୁ ଚାଲି ଆସିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ବିଭାଗୀୟ ନିର୍ଦ୍ଧେଶକ ସୁଶୀଲ୍ ଦାସ ଏଠାରେ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଭଜନ ଏବଂ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ’କୁ ପରିବେଷଣ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ସୁବାସ ଦାଶ ଓ ତାଙ୍କ ସାଥୀ ।