28-1-2016=9

‘କୋଣାର୍କ’ର ଇଂରାଜୀ ସଂସ୍କରଣ ଉନ୍ମୋଚିତ

20

ଭୁବନେଶ୍ୱର(ବୁ୍ୟରୋ): ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘କୋଣାର୍କ’ର ଇଂରାଜୀ ସଂସ୍କରଣ ଉନ୍ମୋଚନ କରିଛନ୍ତି । ଏଥିରେ ରାଜ୍ୟର ବିଶିଷ୍ଟ ଲେଖକମାନଙ୍କ ଦ୍ୱାରା ରଚିତ ଗଳ୍ପ, ପ୍ରବନ୍ଧ, କବିତା, ସମାଲୋଚନା ଓ ପୁସ୍ତକ ସମୀକ୍ଷା ସନ୍ନିବେଶିତ ହୋଇଛି । ଆଦିକବି ସାରଳା ଦାସଙ୍କ ରଚିତ ମହାଭାରତର ବନପର୍ବର କେତେକାଂଶ ଇଂରାଜୀ ଭାଷାରେ ଅନୁବାଦିତ ହୋଇ ଏହି ପୁସ୍ତକରେ ସ୍ଥାନିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ଓଡ଼ିଶା ସାହିତ୍ୟର ପ୍ରଚାର ପ୍ରସାରରେ ଏହା ବିଶେଷ ସହାୟକ ହେବ ଓ ପାଠକୀୟ ଆଦର ଲାଭ କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, କୋଣାର୍କ ସଂପାଦନା ମଣ୍ଡଳୀର ସଦସ୍ୟ ସାତକୋଡ଼ି ହୋତା, ଗାୟତ୍ରୀ ସରାଫ ଓ ଅଶ୍ୱିନୀ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com