ଜଳୁଛି ଲିଙ୍ଗରାଜ କୋଇଲା ଖଣି

mcl

ତାଳଚେର (ଆପ୍ର): ତାଳଚେରସ୍ଥିତ ଏମ୍ସିଏଲ୍ ଲିଙ୍ଗରାଜ କୋଇଲା ଖଣିର ଷ୍ଟକ୍ ୟାର୍ଡ଼ରେ ନିଆଁ ଲାଗି ହଜାର ହଜାର ଟନ୍ କୋଇଲା ପୋଡ଼ି ପାଉଛ ହେଉଛି । ୩ ଦିନ ହେବ ଏହି ନିଆଁ ଲାଗିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ଖଣିରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ଓ ଆଖପାଖ ଗାଁର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଖଣିର ଜଣେ କର୍ମଚାରୀ କହିଛନ୍ତି, ହଜାର ହଜାର ଟନ୍ କୋଇଲା ପୋଡ଼ି ପାଉଁଶ ହେଉଥିଲେ ବି ଏମ୍ସିଏଲ୍ କର୍ତ୍ତୃପକ୍ଷ ଏହାକୁ ଲିଭାଇବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । କେବଳ କାଗଜକଲମରେ ନିଆଁ ଲିଭାଯାଉଥିବା କୁହାଯାଉଛି । ହେଲେ ବାସ୍ତବରେ ଏହାକୁ କେହି ଲିଭାଉନାହାନ୍ତି । ଗତ ୧୨ ତାରିଖରୁ ଏମ୍ସିଏଲ୍ର ବିଭିନ୍ନ ଖଣିରେ ଖଣି ସୁରକ୍ଷା ପକ୍ଷ ପାଳନ କରାଯାଉଛି । ଏଭଳି ସମୟରେ କୋଇଲା ଖଣିରେ ଲାଗିଥିବା ନିଆଁ ଲିଭାଇବା ଦିଗରେ କୌଣସି ପଦକ୍ଷେପ ନିଆନଯିବା ଖଣି ସୁରକ୍ଷା ପଦକ୍ଷେପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲିଙ୍ଗରାଜ ଖଣି ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ଝା କହିଛନ୍ତି, କୋଇଲା ଖଣିରେ ନିଆଁ ଲାଗିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଆମ ଫାୟାର ଟିମ୍ ନିଆଁ ଲିଭାଉଛନ୍ତି ।