୨ବର୍ଷରେ ଓଡ଼ିଶା ‘ଷ୍ଟାର୍ଟ ଅପ୍’ରେ ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିବ: ମୁଖ୍ୟମନ୍ତ୍ରୀ

35

ଭୁବନେଶ୍ୱର (ବୁ୍ୟରୋ): ‘ଷ୍ଟାର୍ଟ ଅପ୍’ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଆଗାମୀ ତିନିବର୍ଷ ମଧ୍ୟରେ ଓଡ଼ିଶା ସମଗ୍ର ଦେଶର ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ରହିବ । ରାଜ୍ୟରେ ଷ୍ଟାର୍ଟ ଅପ୍ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆମେରିକାର ସିଲକନ୍ ଭ୍ୟାଲିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସାକ୍ଷାତ କରି ରାଜ୍ୟରେ ଷ୍ଟାର୍ଟ ଅପ୍ ଉଦ୍ୟୋଗର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦକ୍ଷ ମାନବ ସମ୍ବଳ ଓ ବ୍ୟବସାୟ ପାଇଁ ଅନୁକୂଳ ପରିବେଶର ସୁଯୋଗ ନେବାକୁ ପ୍ରତିନିଧି ଦଳକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଷ୍ଟାର୍ଟ୍ ଅପ୍ ଉଦ୍ୟୋଗର ବିକାଶ ପାଇଁ ସରକାର ଖୁବ୍ଶୀଘ୍ର ନୀତି ଆଣିବେ । ଇପ୍କଲ୍ ଓ ସିଲିକନ୍ ଭ୍ୟାଲି ମଧ୍ୟରେ ଷ୍ଟାଟ୍ ଅପ୍ର ବିକାର ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ରାଜ୍ୟରେ ପ୍ରଚଳିତ ହେଉଥିବା ନୀତି ଓ ନିୟନ୍ତ୍ରଣ କ୍ଷେତ୍ରରେ କରାଯାଇଥିବା ସଂସ୍କାର ଏହି ଉଦ୍ୟୋଗର ବିକାଶ ପାଇଁ ବେଶ୍ ଅନୁକୂଳ । ରାଜ୍ୟରେ ଏହିଭଳି ଅନେକ ଉଦ୍ୟୋଗର ବିକାଶ ହୋଇଛି । ସିଲିକନ୍ ଭ୍ୟାଲି ଏକ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୋର ଆଶା । ଯାହା ଆମ ରାଜ୍ୟର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସରକାର ମଧ୍ୟ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଇପିକଲ୍ ପକ୍ଷରୁ ସିଲିକନ୍ ଭ୍ୟାଲିରେ ଏକ ଅଫିସ୍ ଖୋଲା ଯାଇଛି । ଷ୍ଟାର୍ଟ ଅପ୍ ଉଦ୍ୟୋଗକୁ କାର୍ଯ୍ୟକାରୀ କରିବା ଲାଗି ଆଇଟି ବିଭାଗ ଅଧିନରେ ୪ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯିବ । ଏଥିରେ ସିଲ୍କନ୍ ଭ୍ୟାଲିର ତିନି ଜଣ ସଦସ୍ୟ ରହିବେ । ୧୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଚିଠା ନୀତିରେ ୨୦୨୦ ସୁଦ୍ଧା ରାଜ୍ୟର ୫ଟି ସହରରେ ସୁସ୍ଥ ପରିବେଶ ଲାଗି ପଦକ୍ଷେପ ନେବା ଲାଗି ପ୍ରସ୍ତାବ ରହିଛି । ବିଭିନ୍ନ ଶିଳ୍ପ କ୍ଷେତ୍ରର ବିକାଶ ଲାଗି ସିଲକନ୍ ଭ୍ୟାଲି ପରାମର୍ଶ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ଦୁଇରୁ ତିନି ମାସ ମଧ୍ୟରେ ନୂଆ ଷ୍ଟାର୍ଟ ଅପ୍ ନୀତିି କାର୍ଯ୍ୟକାରୀ ହେବ । ଏଥି ଲାଗି ଆମେରିକାର ସିଲକନ୍ ଭ୍ୟାଲି ଆବଶ୍ୟକ ବୈଷୟିକ ପରାମର୍ଶ ଦେବ । ଏହି ଆଲୋଚନା ସମୟରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରତିନିଧି ଦଳର ମୁଖ୍ୟ ଭେେଙ୍କଟେଶ୍ ଶୁକ୍ଳା, ଆଇଟି ବିଭାଗ ସଚିବ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com