SATYANAGAR-RE-BJD-GOVT,-BIRUDHARE-BJP-RA-POSTER-CAMPAIGN-RA-SUBHARAMBHA-KARUCHANTI-DALARA-NUTANA-SABHAPATI-BASANTA-PANDA-(1)

୪୦ ଲକ୍ଷ ସଭ୍ୟ ୫୦ ହଜାର ଗାଁକୁ ଯିବେ

42

ଟଙ୍କିକିଆ ଚାଉଳ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,(ବୁ୍ୟରୋ): ଟଙ୍କିକିଆ ଚାଉଳ ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅନୁଦାନ ସମ୍ପର୍କରେ ଠିକ୍ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଧେଶ୍ୟରେ ବିଜେପି ଆଜି ଟଙ୍କିକିଆ ଚାଉଳ ପୋଷ୍ଟର୍ ଅଭିଯାନ ଆରମ୍ଭ କରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଭାରତ ସରକାର କିଲୋ ପ୍ରତି ୩୦.୩୮ଟଙ୍କାରେ ଏଫ୍ସିଆଇଠାରୁ ଚାଉଳ କିଣି ଥିଲୁ ବେଳେ ଏହା ବାବଦକୁ କେନ୍ଦ୍ର ସରକାର ଟ.୨୭.୩୮ଙ୍କା ବହନ କରୁଛନ୍ତି । ଖାଉଟି ୧ ଟଙ୍କା ଏବଂ ରାଜ୍ୟ ସରକାର ମାତ୍ର ୨ଟଙ୍କା ବହନ କରିବେ । ମାତ୍ର ଶାସକ ବିଜେଡି ଦଳ ରାଜନୀତି କରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ସର୍ବଦା ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଆସୁଛି । ବାସ୍ତବରେ ଚଳିତ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୬୮୪ କୋଟି ଟଙ୍କା ବହନ କରୁଥିବାବେଳେ ରାଜ୍ୟ ସରକାର ପ୍ରାୟ ୬୦୦ କୋଟି ଟଙ୍କା ଲାଭବାନ ହେବେ । ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହିଭଳି ସମସ୍ତ ଜନବିରୋଧୀ କାର୍ଯ୍ୟକଳାପକୁ ବିଜେପି ଲୋକଲୋଚନକୁ ଆଣିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମତ ପ୍ରକାଶ କରିଛନ୍ତି ।
ଆଜି ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ସତ୍ୟନଗରଠାରୁ ପୋଷ୍ଟର ଅଭିଯାନ୍ର ଶୁଭାରମ୍ଭ କରି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତିଯେ, ଓଡିଶାରେ ଦଳର ୪୦ ଲକ୍ଷ ପ୍ରାଥମିକ ସଦସ୍ୟ ରାଜ୍ୟର ସମସ୍ତ ୫୦ହଜାର ଗାଁ ଗାଁ ବୁଲି ଏହି ପୋଷ୍ଟର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବାର୍ତ୍ତା ପହଞ୍ଚାଇବେ । ରାସନ କାର୍ଡ ଆବଣ୍ଟନ ଓ ଦୁର୍ନୀତିରେ ଲିପ୍ତ ଥିବା ରାଜ୍ୟ ସରକାର ଯଥାଶୀଘ୍ର ପ୍ରକାଶିତ ତାଲିକାକୁ ରଦ୍ଧ କରି ନୂତନ ଭାବେ ତାଲିକା ପ୍ରସ୍ତୁତ କରିବା ଦାବି କରିବା ସହ ଯେପରି ଗୋଟିଏ ବି ଯୋଗ୍ୟ ପରିବାର ବାଦ ପଡିବେ ନାହିଁ, ଏହା ନିଶ୍ଚିତ କରିବାକୁ ଶ୍ରୀଯୁକ୍ତ ପଣ୍ଡା ଦୃଢ ଦାବି କରିଛନ୍ତି । ରାସନ କାର୍ଡ ଦୁର୍ନୀତିର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀଯୁକ୍ତ ପଣ୍ଡା ଦାବି କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ, ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ଜିଲ୍ଲାର ବିଭିନ୍ନ ମଣ୍ଡଳ ସଭାପତି ଓ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com