14-1-2016=6

ନିର୍ମାଣ ହେବ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ଭିତ୍ତିଭୂମି

35

ଭୁବନେଶ୍ୱର, ୧୪ ।୧(ବୁ୍ୟରୋ): ରାଜ୍ୟରେ ଜାତୀୟ ଆନ୍ତର୍ଜାତିୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ପାଇଁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯିବ । ଏଥି ଲାଗି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି । ଏହାଛଡ଼ା ଚଳିତବର୍ଷ ଅଗଷ୍ଟ ସୁଦ୍ଧା ୧୦୦ଟି ମିନି ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବାଳୟରେ କ୍ରୀଡ଼ା ବିଭାଗର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଛି, ରାଜ୍ୟରେ ହକି କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରର ଭିତ୍ତିଭୂମି ଥିଲା ବେଳେ ଅନ୍ୟାନ୍ୟ କ୍ରୀଡ଼ା ଯଥା ଫୁଟବଲ୍, ଟ୍ରାକ୍ ଏବଂ ଫିଲ୍ଡ ଆଦି ଅନେକ ପ୍ରତିଯୋଗୀତା ଲାଗି ଆନ୍ତର୍ଜାତିୟ ସ୍ତରର ଭିତ୍ତିଭୂମି ନାହିଁ । ଏହି ସବୁ କ୍ରୀଡ଼ା ପ୍ରତିଯୋଗୀତା ଲାଗି ଭିତ୍ତିଭୂମି ନିର୍ମାଣ ସହ ଉନ୍ନତସ୍ତରର କ୍ରୀଡ଼ା ଛାତ୍ରାବାସ ନିର୍ମାଣ ପାଇଁ ସ୍ଥିର କରାଯାଇଛି । ରାଜ୍ୟର ବିଭିନ୍ନ ବ୍ଲକରେ ମିନି ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ଚାଲିଛି । ଗ୍ରାମାଞ୍ଚଳରେ ୧୫୯ଟି ଓ ସହରାଞ୍ଚଳରେ ୪୧ଟି ମିନି ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ହାତକୁ ନି୍ରାଯାଇଛି । ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ପ୍ରତିବର୍ଷ ୪ଟି ଲେଖାଁଏ ମିନି ଷ୍ଟାଡ଼ିୟମ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ସହ ୧୧୧ଟି ଏନ୍ଏସି ଓ ମୁ୍ୟନିସିପାଲଟିରେ ଆସନ୍ତା ୩ବର୍ଷ ମଧ୍ୟରେ ଗୋଟିଏ ଲେଖାଁଏ ମିନି ଷ୍ଟାଡ଼ିୟମ ନିର୍ମାଣ ହେବ । ଗ୍ରାମାଞ୍ଚଳ ଖେଳ ପଡ଼ିଆର ଉନ୍ନତିକରଣ କାର୍ଯ୍ୟକ୍ରମ ପଞ୍ଚାୟତିରାଜ ବିଭାଗ ଦ୍ୱାରା କରାଯାଉଛି । ପ୍ରାଥମିକସ୍ତରର ବିଦ୍ୟାଳୟରେ ମଧ୍ୟ ଖେଳ ପଡ଼ିଆର ବିକାଶ କରାଯିବ । ସମସ୍ତ ବିଦ୍ୟାଳୟଗୁଡ଼ିକରେ ଥିବା ଖେଳ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତାର କରିବା ଲାଗି ନିଷ୍ପତ୍ତି ହେବା ସହ ଏହାର ସୁରକ୍ଷଶ ଦାୟିତ୍ୱ ସ୍ଥାନୀୟ ସଙ୍ଗଠନ ଗୁଡ଼ିକୁ ହସ୍ତାନ୍ତାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ପଞ୍ଜାୟତିରାଜ ସଚିବ ଓ କ୍ରୀଡ଼ା ସଚିବ ଉପସ୍ଥିତ ଥିଲେ ।




Powered by odothemes.com