rath-kata

ରଥକାଠ ଚିହ୍ନଟ ପାଇଁ ବଡ଼ମାଳ ଗଲେ ପ୍ରତିନିଧି

41

ପୁରୀ(ଆପ୍ର): ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାପାଇଁ ମଙ୍ଗଳବାର ନୟାଗଡ଼ ଜିଲ୍ଲାର ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥନିର୍ମାଣ ପାଇଁ କାଠ ଚିହ୍ନଟ ଅନୁକୂଳ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ଏକ ପାଞ୍ଚ ଜଣିଆ ଦଳ ଯାତ୍ରା ଆରମ୍ଭ କରିଛନ୍ତି । ଶ୍ରୀଜିଉମାନଙ୍କ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ । ତେବେ ଗତବର୍ଷ ୧୮୦ଖଣ୍ଡ ବଳକା କାଠ ଗଚ୍ଛିତ ଥିବାରୁ ଚଳିତବର୍ଷ ପାଇଁ ଆବଶ୍ୟକ ୬୮୫ଖଣ୍ଡ କାଠ ଯୋଗାଇ ଦେବା ଲାଗି ବନବିଭାଗକୁ ପୂର୍ବରୁ ଜଣାଇଦିଆଯାଇଛି । ସୋମବାର ଅପରାହ୍ନ ୩ଟା ୩୦ରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ, ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମୀନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ ଓ କାର୍ତ୍ତିକ ଭୋଇ ପ୍ରମୁଖ ମାଳ, ମହାପ୍ରସାଦ, ଖଣ୍ଡୁଆ ଓ ଶ୍ରୀଫଳ ନେଇ ବଡରାଉଳଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପ୍ରତିନିଧି ଦଳ ସେଠାରେ ପହଞ୍ଚି ଆସନ୍ତା ମଙ୍ଗଳବାର ପୂଜାର୍ଚ୍ଚନା ପରେ କାଠ ଚିହ୍ନଟ ଓ କାଠ କଟା ପ୍ରକି୍ରୟା ଆରମ୍ଭ ହେବ । ନୟାଗଡ଼ ଓ ଖୋର୍ଦ୍ଧା ବନଖଣ୍ଡରୁ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ଆସନ୍ତା ଶ୍ରୀପଞ୍ଚମୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖସ୍ଥ ରଥଖଳାରେ ରଥକାଠ ଅନୁକୂଳ ହେବ ।

ସେଆର କରନ୍ତୁ:



Powered by odothemes.com