cm

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

33

ଖୋଲିବ ଅଧିକ ବ୍ୟାଙ୍କ ଶାଖା, ଏଟିଏମ୍: ଜୟନ୍ତ ସ୍ନିହା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଯେଉଁ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବାର ସୁବିଧା ନାହିଁ ସେଠାରେ ବ୍ୟାଙ୍କ ଶାଖା ଖୋଲାଯିବ । ଏହାଛଡ଼ା ରାଜ୍ୟରେ ଅଧିକ ଏଟିଏମ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସ୍ନିହା କହିଛନ୍ତି ।  ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସ୍ନିହା ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ସମୟରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଅର୍ଥନୀତି ଓ ବିଭିନ୍ନ ଯୋଜନାର ରୂପାୟନ ସଂପର୍କରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ମୁୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାର ବନ୍ଦ କରିଥିବା କେବିକେ ଯୋଜନା ଓ ପଛୁଆ ଅଞ୍ଚଳ ବିକାଶ ପାଣ୍ଠି (ବିଆର୍ଜିଏଫ୍)ରେ ଅର୍ଥ ପ୍ରଦାନ କରିବାକୁ କହିଥିଲେ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ତ୍ୱରିତ୍ ଜଳସେଚନ କାର୍ଯ୍ୟକ୍ରମରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବରାଦ କରିବା, ନୂଆ ମେଡ଼ିକାଲ କଲେଜ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସ୍ନିହା ଗଣମାଧ୍ୟମକୁୂ କହିଥିଲେ, ରାଜ୍ୟର ଆର୍ଥିକ ସ୍ଥିତି ସଂପର୍କରେ ଆଲୋଚନା ହୋଇଛି । କେବିକେ ଯୋଜନା ପାଇଁ ଅର୍ଥ ବରାଦ କରିବାକୁ ରାଜ୍ୟ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହାକୁ ବିଚାର କରାଯିବ । ଜଳସେଚନର ବିକାଶ ଳାଗି କେନ୍ଦ୍ର ପକ୍ଷରୁ ମଧ୍ୟ ଅର୍ଥ ବରାଦ କରାଯିବ । ଦ୍ରବ୍ୟ ସେବା କର (ଜିଏସ୍ଟି)କୁ ଓଡ଼ିଶା ସମର୍ଥନ କରୁଛି ବୋଲି ସେ କହିଥିଲେ । ଏହି ଆଲୋଚନା ସମୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମୁଖ୍ୟ ସଚିବ ଆଦିତ୍ୟ ପାଢୀ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର. ବାଲ୍କ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିହ୍ନା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଅମାତ୍ ଓ ଅର୍ଥ ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଏଥିରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଇସ୍ପାତ ଓ ଖଣି ବିଭାଗ ସଚିବ, ସମବାୟ ସଚିବ, ସ୍ୱାସ୍ଥ୍ୟ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com