8-1-2016=1-(1)

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ  ବାଙ୍ଗଲାଦେଶ ହାଇକମିଶନର

48

ଭୁବନେଶ୍ୱର (ବୁ୍ୟରୋ): ବାଙ୍ଗଲାଦେଶ ହାଇକମିଶନର ସୟଦ୍ ମୁଆଜେମ୍ ଅଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ବାଙ୍ଗଲାଦେଶ ଓ ଓଡ଼ିଶା ମଧ୍ୟରେ ସଂପର୍କକୁ ଅଧିକ ଦୃଢୀଭୂତ କରିବା ପାଇଁ ଉଭୟେ ମତପ୍ରକାଶ କରିଥିଲେ । ବୟନଶିଳ୍ପ କ୍ଷେତ୍ରରେ ବଙ୍ଗଲାଦେଶ ଆଗୁଆ ଦେଶ ହୋଇଥିବାରୁ ଓଡ଼ିଶାରେ ଏ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବିଷୟ ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଛଡ଼ା ଆଲୁମିନା, ସ୍ପଞ୍ଜ ଆଇରନ ରପ୍ତାନୀ ତଥା ଶକ୍ତି, ଖାଦ୍ୟ ପ୍ରକିୟାକରଣ ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସାକ୍ଷାତ ଅବସରରେ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନାଙ୍କ ଶୁଭେଚ୍ଚା ଜଣାଇଥିଲେ ଓ ବାଙ୍ଗଲାଦେଶକୁ ଯିବା ପାଇଁ ଆମନ୍ତ୍ରଣ ଜଣାଇଥ୍ିଲେ । ବୈଠକରେ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଓ ପର୍ଯ୍ୟଟନ ବିଭାଗ ସଚିବ ପ୍ରମୂଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com