ଅକ୍ଷୟ ମହାନ୍ତିଙ୍କୁ ମରଣୋତ୍ତର ଉକ୍ରଳ ଗୌରବ

96

ଭୁବନେଶ୍ୱର,୬ା୧(ବୁ୍ୟରୋ): କେଇସିଟି ଗ୍ରୁପ୍ ଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ଼ ବିଭାଗର ଡି ଜି ବିନୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଳିଙ୍ଗ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ଜଗନ୍ନାଥ ପଟ୍ଟନାୟକ, ଆୟୋଜନ କମିଟିର ମୁଖ୍ୟ ତଥା ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ, ଭୁବନେଶ୍ୱର (ଉତ୍ତର)ର ବିଧାୟକ ପ୍ରିୟଦର୍ଶିୀ ମିଶ୍ର, ପୀତବାସ ମିଶ୍ର ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏହି ଅବସରରରେ ଓଡ଼ିଶା ସିନେ ଜଗତର ପ୍ରମୁଖ କଳାକାର ଦେବୁ ବୋଷ, ବିଜୟ ମହାନ୍ତି, ରାଜୁ ମିଶ୍ର, ସବ୍ୟସାଚୀ, କୁନା ତ୍ରିପାଠୀ, ପପୁ ପମ୍ପମ୍, ପୁପିନ୍ଦର, ଶକ୍ତି ବରାଳ, ମୁମ୍ବାଇର ଓଡ଼ିଆ ଝିଅ ମିସ୍ ୱାର୍ଲଡ଼ ପ୍ରତିଯୋଗୀ ଇପ୍ସିତା ପତି, ମିସ୍ ଭାଇଜାକ୍ ସୂର୍ଯ୍ୟମୟୀ ମହାପାତ୍ର, ଅଂଶୁମାନ ଓ ସଙ୍ଗୀତ ଜଗତର ପ୍ରମୁଖ କଳାକାର ଲକ୍ଷ୍ମୀକାନ୍ତ ପାଲିତ, ସୌରଭ ନାୟକ, ଜୁବ୍ଲୀ ସୁନ୍ଦରାୟ, ପ୍ରେମାନନ୍ଦ, ପାର୍ଥସାରଥି ପାଣିଗ୍ରାହୀ ପ୍ରମୁଖଙ୍କୁ କଳିଙ୍ଗ ସିନେ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ସଂଗୀତ ଜଗତର ବାଦ୍ସାହା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ମରଣୋତ୍ତର ଉକ୍ରଳ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ସୁପୁତ୍ର ମିତ୍ରଭାନୁ ମାହାନ୍ତି ଏହି ଉପାଧି ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ପୁରୁଖା ଓ ନବାଗତା କଳାକାର ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୁପିନ୍ଦର ଓ ସୁଲଗ୍ନା ପରିଚାଳନା କରିଥିବା ବେଳେ ବିବେକାନନ୍ଦ ଦାସ ସହଯୋଗ କରିଥିଲେ । ଉତ୍ସବରେ କଟକ ନୃତ୍ୟଶିଳ୍ପୀ ଗ୍ରୁପ ଲୁବୁନ୍ ଟୁବୁନ୍ ଓ ଅଙ୍କିତାଙ୍କ ସହ ସାଉଥ୍ ଗ୍ରୁପର କଳାକାର ଚିତ୍ତାକର୍ଷକ ନୃତ୍ୟ କରିବେଷଣ କରିଥିଲେ । ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି ।

ସେଆର କରନ୍ତୁ:



Powered by odothemes.com