SISIRA-SARASA-STORY-(1)

ପାଟି ଫିଟେନି, କାନକୁ ଶୁଭେନି, ହାତ ଗଢ଼ିପାରେ ସଂସଦ ଭବନ

455

ଭୁବନେଶ୍ୱର,୬ ।୧(ବୁ୍ୟରୋ): ତାଙ୍କ ପାଟି ଖୋଲେନି କି କାନ ଶୁଣେନି । ତାଙ୍କ ମନର କଥା ସେ କାହାକୁ କହିପାରନ୍ତିନି, କି ସେ କାହାକୁ ଶୁଣି ପାରନ୍ତିନି । କିନ୍ତୁ ସେ କାଠ ଗଣ୍ଡିକୁ ସଂସଦ ଭବନରେ ପରିଣତ କରିଦିଅନ୍ତି । ସେ ହେଉଛନ୍ତି ପ୍ରଭାକର ମାଧବ ସେଲେଟେ । ଘର ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା ଅନ୍ତର୍ଗତ ୱାସାଟା ଗ୍ରାମରେ । ସ୍ୱୟଂସହାୟକ ଗୋଷ୍ଠିରେ ସେ କାମକରୁଛନ୍ତି । ୨୦୦୩ ମସିହାରୁ ଏଭଳି ସୁନ୍ଦର କାରୁକାର୍ଯ୍ୟ କରୁଛନ୍ତି । ଅନେକ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । ଓଡିଶା ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସିଛନ୍ତି । ତାଙ୍କ ସହିତ ତାଙ୍କ ପତ୍ନୀ ସୌ ରେଖାଦେଇ ପ୍ରଭା ମଧ୍ୟ ଅଛନ୍ତି । ଫଟୋରେ ଦେଖୁଥିବା ଏହି ସଂସଦ ଭବନ, ସେୟାର ବଜାର ବିଲ୍ଡିଙ୍ଗ୍, ଅଶୋକ ସ୍ତମ୍ବ, ରାଇଫଲ ଇତ୍ୟାଦି ସେ ନିଜ ହାତରେ ତିଆରି କରିଛନ୍ତି । ପ୍ରାୟ ୩ରୁ ୪ମାସ ସମୟ ଲାଗିଥାଏ ତାଙ୍କୁ ଏହା ଗଢିବା ପାଇଁ ।




Powered by odothemes.com