mvi

କନିଷ୍ଠ ଏମ୍ଭିଆଇଙ୍କ ସମ୍ପତ୍ତି ୧.୭୭ କୋଟି

52

ଭୁବନେଶ୍ୱର/ଭଦ୍ରକ, ୫ ।୧(ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରିର ମୋଟରଯାନ ନିରୀକ୍ଷକ (ଏମ୍ଭିଆଇ) ଦାଶ ପ୍ରଭାସ କୁମାର ବଗଳାଙ୍କ ଅଫିସ୍, ସେ ଭଡାରେ ରହୁଥିବା ହୋଟେଲ୍ ରୁମ୍, ଭଦ୍ରକ ଆରଡି ରୋଡ ପ୍ରାଚୀନଗର ଘର, ରାଜଧାନୀର ଶାସ୍ତ୍ରୀନଗରସ୍ଥିତ ତାଙ୍କ ୩ ମହଲା କୋଠା ଓ ନୟାପଲ୍ଲୀସ୍ଥିତ ଶ୍ୱଶୁର ଘରେ ଆଜି ଭିଜିଲାନ୍ସ ଏକ ସେଙ୍ଗ ଚଢାଉ କରିିଛି । ଏହି ଚଢ଼ାଉରେ ଭିଜିଲାନ୍ସ୍ ୧ କୋଟି ୭୭ ଲକ୍ଷ ୨୦ ହଜାର ୩୫୧ ଟଙ୍କାର ସ୍ଥାବର-ଅସ୍ଥାବର ଆୟବହିର୍ଭୂତ ଠୁଳ ସମ୍ପତ୍ତିକୁ ଠାବ କରିଛି । ଜବତ ସମ୍ପତ୍ତି ମଧ୍ୟରେ ନଗଦ ୧ ଲକ୍ଷ ୨୨ ହଜାର ୫୪୦ ଟଙ୍କା, ୬୭୨ ଗ୍ରାମ ଓଜନର ସୁନା ଅଳଙ୍କାର, ଭୁବନେଶ୍ୱର ସ୍ଥିତ ଆଇଡିବିଆଇ ବ୍ୟାଙ୍କରେ ୫ ଲକ୍ଷ ୭୧ ହଜାର ୫୬୧ ଟଙ୍କା, ୧୦ ଲକ୍ଷ ଟଙ୍କାର ଜୀବନବୀମା, ୬ ଲକ୍ଷ ଟଙ୍କା ମୂଲ୍ୟର ଏକ କାର୍ ଓ ୬ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ର ରହିଛି । ସେହିପରି ଭଦ୍ରକ ଟାଉନରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ୨ ମହଲା କୋଠା, ଭଦ୍ରକ ଧାମରା ନିକଟ ଦୋସିଙ୍ଗା ଗାଁରେ ଥିବା ୩୦ ଲକ୍ଷ ଟଙ୍କା ମୂଲ୍ୟର ୩ ମହଲା କୋଠା, ସେହି ଗାଁରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ଆଉ ଏକ ୨ ମହଲା କୋଠା, ଧାମରାରେ ୨ ଲକ୍ଷ ଟଙ୍କା ମୂଲ୍ୟର ନିର୍ମାଣଧିନ କୋଠା, ୪୬ ଲକ୍ଷ ଟଙ୍କା ମୂଲ୍ୟର ପୁରୀରେ ଏକ ଫ୍ଲାଟ୍ ଓ ଶାସ୍ତ୍ରୀନଗର ଘର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଭିଜିଳାନ୍ସ୍ ଆକଳନ କରିଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ୨୦୦୩ରେ ପ୍ରଭାସ ବରଗଡ ଜିଲ୍ଲା ସୋହେଲା ଓ ଗିରିସୋଲାରେ କନିଷ୍ଠ ଏମ୍ଭିଆଇ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ୨ ସନ୍ତାନ ଅଛନ୍ତି । ଜଣେ ଷ୍ଟାଣ୍ଡାର୍ଡ-୪ରେ ପାଠ ପଢ଼ୁଥିବା ବେଳେ ଅନ୍ୟ ଜଣେ ୟୁକେଜିରେ ପଢ଼ୁଛନ୍ତି । ପ୍ରଭାସ ଏହିସବୁ ସମ୍ପତ୍ତି ଖୁବ୍ କମ୍ ଦିନ ମଧ୍ୟରେ ଗଚ୍ଛିତ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com