JHARSUGUDA-YUBA-CONGRESS-RA-PURBATANA-PRESIDENT-NIJA-DALA-SAHA-KISHORE-MOHANTY-NKN-NETRUTYA-RE-AJI-BJD-RE-JOGA-DEICHANTI-(2)

ଝାରସୁଗୁଡ଼ା ଯୁବ କଂଗ୍ରେସ ସଭାପତି ବିଜେଡ଼ିରେ

40

ଭୁବନେଶ୍ୱର (ବୁ୍ୟରୋ): ଝାରସୁଗୁଡ଼ା ଜିଲ୍ଳା ଯୁବ କଂଗ୍ରେସ ସଭାପତି କେ.ଇଶ୍ୱର ରାଓ ନିଜର ୫୦ରୁ ଉଦ୍ଧ୍ୱର୍ ସମର୍ଥକଙ୍କ ସହ ଆଜି ନବୀନ ନିବାସ ଆସି ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ଦଳରେ ଗ୍ରହଣ କରାଗଲା ବୋଲି କହିଛନ୍ତି । ଏହି ଯୋଗଦାନ ସମୟରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଉପସ୍ଥିତ ଥିଲେ । ବିଜେଡ଼ିରେ ସାମିଲ ହେଲା ପରେ ଇଶ୍ୱର ରାୟ କହିଛନ୍ତି, ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଓ ତାଙ୍କ ସମର୍ଥକ ବିଜେଡ଼ିରେ ସାମିଲ ହୋଇଛନ୍ତି । ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ଧାରା ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com