press-meet-1

ପ୍ରଶାନ୍ତ ନନ୍ଦ ପାଇବେ ‘ବିଗ୍ବସ୍ ସମ୍ମାନ’

27

କଟକ(ବୁ୍ୟରୋ): ରୂପ ନଗର ମାୟାନଗରୀ ସାମ୍ବାଦିକ ଆସୋସିଏସନ ପକ୍ଷରୁ ସମ୍ମାନଜନକ ପୁରସ୍କାର ‘ବିଗ୍ ସ୍କି୍ରନ ଆଣ୍ଡ ସ୍ମଲ୍ ସ୍କି୍ରନ ଆୱାର୍ଡ୨୦୧୫’ ସମ୍ମାନ ପାଇଁ ସ୍ଥାନୀୟ ହେଟୋଲରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ନାମ ଘୋଷଣା କରାଯାଇଛି । ‘ବିଗ୍ବସ୍ ସମ୍ମାନ’ ପାଇଁ ଅଭିନେତା ତଥା ନିର୍ଦ୍ଧେଶକ ପ୍ରଶାନ୍ତ ନନ୍ଦ ମନୋନୀତ ହୋଇଛନ୍ତି । ସେହିପରି ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ’ ପାଇଁ ସଙ୍ଗୀତ ନିର୍ଦ୍ଧେଶକ ସୂରୁପ ନାୟକ, ‘ସୁପର ଆୱାର୍ଡ’ ପୁରସ୍କାର ପାଇଁ ଅଭିନେତା ବିଜୟ ମହାନ୍ତି, ମେଗାଷ୍ଟାର ପୁରସ୍କାର ପାଇଁ ଅଭିନେତ୍ରୀ ତ୍ରିପୁରା ମିଶ୍ର, ‘ଅଭୁଲା ଅପଶୋରା ନାୟିକା ସମ୍ମାନ’ରେ ଅଭିନେତ୍ରୀ ଅନୀତା ଦାସ, ‘କେଷ୍ଠୋମୁଖାର୍ଜୀ ସମ୍ମାନ’ପାଇଁ ବିଶିଷ୍ଟ ହାସ୍ୟାଭିନେତା ତତ୍ତ୍ୱ ପ୍ରକାଶ (ପୁପ)ଙ୍କୁ ଚୟନ କରାଯାଇଛି । ଅନ୍ୟପକ୍ଷରେ ଚଳଚ୍ଚିତ୍ରଗୁଡିକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ଚୟନ କରାଯାଇଥିଲା । ‘କ୍ରାନ୍ତି ଧାରା’, ‘ପିଲାଟି ବିଗିଡି ଗଲା’, ‘ସୁପର ମିଛୁଆ’ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଶ୍ରେଷ୍ଠ ନିର୍ଦ୍ଧେଶକ ପାଇଁ ହିଂମାଶୁ ଖଟୁଆ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗାର୍ଗୀ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ସବ୍ୟସାଚୀ ମିଶ୍ର, ହାସ୍ୟ ଅଭିନେତା ଭାବେ ଜୀବନ ପଣ୍ଡା, ‘ରୂପନଗରୀ ମାୟା ନଗରୀ ଡି୍ରମ ଗାଲ ସମ୍ମାନ’ ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ନାମ ଘୋଷଣା କରାଯାଇଛି । ଲୋକପ୍ରିୟ ନାୟିକା ଭାବେ ଅନୁ ଚୌଧୁରୀ, ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ କୁନା ତ୍ରିପାଠୀ, ଖଳ ଅଭିନେତା ଭାବେ ବୁଦ୍ଧାଦିତ୍ୟ, ସଙ୍ଗୀତ ନିର୍ଦ୍ଧେଶନା ପାଇଁ ପ୍ରେମ ଆନନ୍ଦ, ପ୍ରଚ୍ଛଦ ପଟ୍ଟ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ‘ମାନିନୀ’, ଦୁର୍ଗା, ‘ତପସ୍ୟା’ ଧାରାବାହିକକୁ ଶ୍ରେଷ୍ଠ ଧାରାବାହିକ ସମ୍ମାନ ଦିଆଯିବ । ଏତଦ୍ବ୍ୟତିତ ଶିତ୍ରଶିଳ୍ପୀ ‘ଯତୀନ ଦାସ ସମ୍ମାନ’ରେ ଚିତ୍ରଶିଳ୍ପୀ ବିପାସା ମହାନ୍ତି, ‘ନାରଦ ସମ୍ମାନ’ରେ ସମ୍ବାଦିକ ସୁରେଶ ପରିଡା, ‘ବୈଦ୍ୟରାଜ ଧନ୍ୱନ୍ତରୀ ସମ୍ମାନ’ରେ ଡା. ବିକେ ମହାନ୍ତିଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଛି । ଚଳିତ ମାସ ୩୦ ତାରିଖରେ ଶହୀଦ ଭବନଠାରେ ଆୟୋଜିତ ହେବାକୁ ଥିବା ‘ରୂପ ନଗର ମାୟାନଗରୀ’ ୯ମ ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ସାମ୍ବାଦିକ ସମ୍ମଳନୀରେ ଆଇନଜୀବୀ ସୁରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଇଂ ପ୍ରଭାକର ସ୍ୱାଇଁ , ସାଧାରଣ ସମ୍ପାଦକ ବିକ୍ରମ କିଶୋର ସାହୁ, ରାଧା ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଦର୍ଶକଙ୍କ ଦ୍ୱାରା ଏସ୍ଏମଏସ୍ ମାଧ୍ୟମରେ ସମସ୍ତ କଳାକାର ମନୋନୀତ ହୋଇଛନ୍ତି । ଏହି ପ୍ରକ୍ରିୟା ୨୦୦୮ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଛି ।




Powered by odothemes.com