8---Chatrapur---GANJAM-COLLECTOR-NKU--NEW-YEAR-ABHINANDAN-JANAILE-CHATRAPUR-PRESS-CLUB

ନିଆଳିରେ ଖୋଲିଲା ଧାନମଣ୍ଡି

31

ନିଆଳି, ୧ା୧(ଆପ୍ର): ନିଆଳି ସେବା ସମବାୟ ସମିତି ପକ୍ଷରୁ ଏକ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । କଟକ ସେବା ସମବାୟ ସମିତିର ଡାଇରେକ୍ଟର ଚିତ୍ତରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ । ଧାନମଣ୍ଡି ଖୋଲାଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନକ୍ରୟ ଆରମ୍ଭ ହେଲା ପରେ ଚାଷୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି । ଆଜି ନିଆଳି ସେବା ସମବାୟ ସମିତି ପକ୍ଷରୁ ୨୮ ଜଣ ଚାଷୀଙ୍କ ଠାରୁ ୭୮୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ସ୍ଥାନୀୟ ସମିତିର ସମ୍ପାଦକ ଆର୍ତ୍ତତ୍ରାଣ ମିଶ୍ର କହିଛନ୍ତି । ଏହି ମଣ୍ଡି ସପ୍ତାହର ପ୍ରତି ଶୁକ୍ରବାର ଦିନ ଖୋଲାଯିବ ବୋଲି ସମିତି ସୂତ୍ରରୁ ପ୍ରକାଶ । ସ୍ଥାନୀୟ ଚାଷୀମାନେ ଏହାର ସୁଯୋଗ ନେବାକୁ ଉଦ୍ଘାଟନୀ ଉସିବରେ ଯୋଗଦେଇଥିବା ସଦସ୍ୟମାନେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ଦେବାଶୀଷ ଷଢଙ୍ଗୀ, ସମିତିର ସଭାପତି ବାବାଜୀ ଚରଣ ସ୍ୱାଇଁ, ସମ୍ପାଦକ ଆର୍ତ୍ତତ୍ରାଣ ମିଶ୍ର, ପୁଷ୍ପା ମିଲ୍ର ସୁପରଭାଇଜର ବିଜୟ କୁମାର ରାଉତ, ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଧାନ କ୍ରୟ ବେଳେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com