ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ୭୦ କୋଟି

34

ଭୁବନେଶ୍ୱର, (ବୁ୍ୟରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ବକେୟା ମାସିକ ପାଉଣା ବାବଦରେ ୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୨୦୧୫ ଜୁନ୍ରେ ନିଯୁକ୍ତି ପାଇଥିବା ଏହି ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଏହି ବକେୟା ପ୍ରାପ୍ୟ ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକମାନେ ବକେୟା ପାଉଣା ପାଇଁ ବିଭାଗୀୟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ଉଚ୍ଚ ପଦାଧିକାରୀ ସ୍ତରରେ ଅନୁଷ୍ଠିତ ବୈଠକରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପାଉଣା ବାବଦୀୟ ଆବଶ୍ୟକ ଅନୁଦାନ ପ୍ରଦାନ କରାଯାଇଛି । ମଞ୍ଜୁର ଅନୁଦାନ ପ୍ରାପ୍ତ ହେବାର ଏକ ସପ୍ତାହ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମସ୍ତ ବକେୟା ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯିବା ସହ ସମସ୍ତ ପ୍ରକ୍ରିୟା ୨୦୧୬ ଜାନୁଆରି ୧୫ ସୁଦ୍ଧା ସମ୍ପନ୍ନ ପାଇଁ ସ୍ଥିର ହୋଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ରତ୍ନାକର ରାଉତ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com