unit9-budha-mandir-thare-manomohan-chaudhry-nka-janama-sata-barisk-samaroha-re-upastita-manchasina--atithi-mane--02

ଗାନ୍ଧିଜୀଙ୍କ ମାର୍ଗରେ ଅନୁପ୍ରାଣିତ ଥିଲେ ମନମୋହନ

24

ଭୁବନେଶ୍ୱର,୨୯ା୧୨(ବୁ୍ୟରୋ): ପୂଜ୍ୟପୂଜା ପ୍ରତିଭା ପରିଷଦ ଓ ଜୟ କିରଣ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସର୍ବୋଦୟ ନେତା, ସ୍ୱାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀଙ୍କ ପୁଣ୍ୟ ଜନ୍ମ ଶତବାର୍ଷିକୀ ସମାରୋହ ଆଜି ସ୍ଥାନୀୟ ବୁଦ୍ଧମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିିଲେ, ଗାନ୍ଧୀଜୀଙ୍କ ଆଦର୍ଶକୁ ପାଥେୟକରି ମନମୋହନ ଚୌଧୁରୀ ସମାଜ ପ୍ରତି ଯେଉଁ ବଳିଦାନ ଦେଇଛନ୍ତି ତାହା ପ୍ରାସଙ୍ଗିକ । ସମାଜରେ ସର୍ବୋଦୟ ଓ ଭୂଦାନର ଯେଉଁ ତ୍ୟାଗ ଓ ସେବା ପ୍ରତିଷ୍ଠା କରିଯାଇଛନ୍ତି ତାହା ଭାରତବର୍ଷରେ ବିରଳ । ନିଶା ହଟିଲେ ସମାଜ ସୁସ୍ଥ ହୋଇପାରିବ ଓ ଏଥିନେଇ ଯୁବପିଢିମାନେ ସଚେତନ ହୋଇପାରିଲେ ଶ୍ରୀ ଚୌଧୁରୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ଓ ଭାରତବର୍ଷକୁ ଏକ ନୂଆ କ୍ରାନ୍ତିରେ ଗଢିତେଳିବାକୁ ‘ଅରୀ ମରିନାହିଁ ସଂଗ୍ରାମ ସରିନାହିଁ’ ଆହ୍ୱାନରେ ଶୋଷଣ ମୁକ୍ତ ଓଡ଼ିଶା ଗଠନ କରିବାକୁ ଶପଥ ନେଇ ଏଥିରେ ନିଜକୁ ସାମିଲ କରିବାକୁ ଜୟକିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା କହିଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କନୁନ୍ଗୋ, ସର୍ବୋଦୟ ନେତା ନାରାୟଣ ଦାସ, କୁଳମଣି ଶୁକ୍ଳ, ବୀଣାପାଣି ମହାନ୍ତି, ପୁଷ୍ପିତା ଜେନା, ବିଜୟ ଦ୍ୱିବେଦୀ, ରମାକାନ୍ତ ମଣ୍ଡଳ ପ୍ରମୁଖ ଯୋଗଦେଇ ଶ୍ରୀ ଚୌଧୁରୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପରିଷଦର ଉପଦେଷ୍ଟା ସ୍ତମ୍ବକାର ତୁଷାରକାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ଅରୁଣ ଜେନା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅରୁଣ ସ୍ୱାଇଁ, ମଧୁମିତା ସାମଲ ପ୍ରମୁଖ ପରିଚାଳନା କରିଥିଲେ ।




Powered by odothemes.com