ପ୍ରଦୂଷଣ ରୋକିବ ବିଦୁ୍ୟତ୍ଚାଳିତ ଯାନ | ସର୍ବସାଧାରଣ ଖବରକାଗଜ
electricity-car

ପ୍ରଦୂଷଣ ରୋକିବ ବିଦୁ୍ୟତ୍ଚାଳିତ ଯାନ

27

ଭୁବନେଶ୍ୱର, ୨୩ା୧୨(ବୁ୍ୟରୋ): ରିଜିଓନାଲ ମୁ୍ୟଜିୟମ ଅଫ୍ ନାଚୁରାଲ ହିଷ୍ଟ୍ରି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ‘ପ୍ରଭାତ ପ୍ରଦୂଷଣ ମୁକ୍ତ(ବିଦୁ୍ୟତ୍ ଚାଳିତ ଯାନ)’ର ଉଦ୍ଘାଟନ କରିଥିଲେ । ଏହି ଯାନ ପ୍ରଦୂଷଣ ରୋକିବା ନିମନ୍ତେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ଆଗାମୀ ଦିନରେ ଶଦ୍ଧ ଏବଂ ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ଏହି ଅବସରରେ ପ୍ରଭାତ ବିଦୁ୍ୟତଚାଳିତ ଯାନର ପରିଚାଳନା ନିର୍ଦ୍ଧେଶକ ପ୍ରଭାତ ରଞ୍ଜନ ସାହୁ କହିଥିଲେ ଯେ, ଏହା ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ଏବଂ ସ୍ୱଳ୍ପ ବ୍ୟୟରେ ଏହି ଯାନର ରକ୍ଷଣାବେକ୍ଷଣ କରାଯାଇପାରିବ । ଏଥିସହିତ ଏହା ଆଗାମୀ ଦିନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ବିଦୁ୍ୟତ୍ ଚାଳିତ ଯାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋରଞ୍ଜନ ପୃଷ୍ଟି ଏବଂ ମାର୍କେଟିଂ ମୁଖ୍ୟ ରାହୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com