toshali-mela-re-ananya

ତୋଷାଳି ମେଳାର ବେପାର ୫ କୋଟି ଟପିଲା

52

ଭୁବନେଶ୍ୱର, ୨୩ା୧୨(ବୁ୍ୟରୋ): ଜନତା ମଇଦାନରେ ଚାଲିଥିବା ୧୦ତମ ଜାତୀୟ ତୋଷାଳୀ କ୍ରାପ୍ଟ ମେଳାର ଆଜିଥିଲା ୯ମ ଦିନ । ଆଜି ଶେଷ ସୁଦ୍ଧା ୫କୋଟି ୭୧ଲକ୍ଷ ୨୮ହଜାର ୭୫୦ଟଙ୍କା ବ୍ୟବସାୟ ହୋଇଛି । ସେହିପରି ମଙ୍ଗଳବାର ଏଠାକୁୁ ୮୦ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ଆଜି ୭୬ ହଜାର ୩୦୦ ଲୋକେ ଆସିଥିଲେ । ତେବେ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଇଣ୍ଡିଆନ୍ ଆଇଡ଼ଲ୍ ଜୁନିୟର ବିଜେତା ଅନନ୍ୟାଙ୍କ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରତିଟି ଗୀତରେ ସେ ଶ୍ରୋତାଙ୍କୁ ବିମୋହିତ କରିଥିଲେ । ବଲିଉଡ୍ର କିଛି ହିଟ୍ ଗୀତ ଗାଇ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ । ଆସନ୍ତାକାଲି ଓଡ଼ିଶା ଟେଲି ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।




Powered by odothemes.com