Metro-city-Review

ମେଟ୍ରୋ ଅତିଥିଭବନରେ ଛାତ୍ର, ରୋଗୀଙ୍କୁ ସ୍ୱତନ୍ତ୍ର ରିହାତି

42

ଭୁବନେଶ୍ୱର,(ବୁ୍ୟରୋ): ରାଜ୍ୟ ବାହାରେ ଥିିବା ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ତଥା ବିଭନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭାଗ ନେବାକୁ ଯାଉଥିବା ଛାତ୍ରଛାତ୍ରୀ ତଥା ଚିକତ୍ସା ପାଇଁ ଯାଉଥିବା ରୋଗୀମାନଙ୍କୁ ମେଟ୍ରୋ ସହରମାନଙ୍କରେ ଥିବା ସରକାରୀ ଅତିଥି ଭବନ ଗୁଡିକରେ ଅଗ୍ରାଧିକାର ଭିତ୍ତିରେ ଏବଂ ସ୍ୱତନ୍ତ୍ର ରହାତି ଦରରେ ରୁମ୍ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ସଚିବାଳୟରେ ବୈଠକରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ମାନଙ୍କରେ ଥିବା ଓଡ଼ିଶା ସରକାରଙ୍କ ଅତିଥି ଭବନ ଗୁଡିକର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସରକାରୀ ଅତିଥି ଭବନ ଗୁଡିକ ପରିଚାଳନା ଅତ୍ୟନ୍ତ ଉଚ୍ଚମାନର କରାଯିବା ସହିତ ନିୟମିତ ରକ୍ଷଣାବେକ୍ଷଣା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଖାଦ୍ୟ ପରିବେଷଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହିସବୁ ଅତିଥି ଭବନ ଗୁଡିକରେ ରହିବା ପାଇଁ ଆବେଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସବୁ ଭବନ ପାଇର୍ ଅନ୍ଲାଇନ୍ ପ୍ରଚଳନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁମ୍ବାଇ-ଓଡ଼ିଶା ଭବନ ନିମନ୍ତେ ଅଧିକ ଆବେଦନ ଆସୁଥିବାରୁ ଏଠାରେ ଆଉ ଏକ ନୂତନ ଭବନ ନିର୍ମାଣ ପାଇଁ ଜମି ଆବଣ୍ଟନ ନିମନ୍ତେ ମହାରାଷ୍ଟ୍ର ସରକାରଙ୍କୁ ଏବଂ ବାଙ୍ଗାଲୋର ଠାରେ ଓଡ଼ିଶା ଭବନ ନିର୍ମାଣ ପାଇଁ ଜମି ଆବଣ୍ଟନ ନିମନ୍ତେ ଆବେଦନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚେନ୍ନାଇଠାରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ମାର୍ଚ୍ଚ ୨୦୧୭ ସୁଦ୍ଧା ଏହା ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଉପରୋକ୍ତ ଅତିଥି ଭବନ ଗୁଡିକର ରକ୍ଷଣାବେକ୍ଷଣ, ଖାଲି ପଦବୀ ପୂରଣ ଆଦି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com