19-12-2015=4

ସଂସ୍କାର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ

36

ବାଣିଜ୍ୟ ସୁଗମତାରେ ଓଡ଼ିଶା ଅଗ୍ରଣୀ ହେବ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ବାଣିଜ୍ୟ ସୁଗମତା ପାଇଁ ଚାଲିଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରାଯିବ ବୋଲି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଣିଜ୍ୟକର ସଂଗଠନ ଏବଂ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିବା ସହିତ ରାଜସ୍ୱ, ଆଇନ୍, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗ ସଂସ୍କାର କାର୍ଯ୍ୟକୁ ଆହୁରୀ ତ୍ୱାରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆସନ୍ତା ବର୍ଷ ଫେବୃୟାରୀ ୧୭ ସୁଦ୍ଧା ଇ ବାଣିଜ୍ୟ ଏବଂ ମିଳିତ ତଦାରଖ କାର୍ଯ୍ୟପ୍ରଣାଳୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । ଏହି ଇ-ବାଣିଜ୍ୟ ସୁବିଧା ପ୍ରବର୍ତ୍ତନ ହେଲେ ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକ ଗୁରୁତ୍ୱପୁର୍ଣ୍ଣ ଅନୁମୋଦନ ସବୁକୁ ଅନ୍ଲାଇନ ଜରିଆରେ ସମ୍ପାଦନ କରାଯିବ । ସେହିଭଳି ଶିଳ୍ପାନୁଷ୍ଠାନକୁ ଯାଞ୍ଚ କରିବାକୁ ଯିବା ସମୟରେ ବିଭିନ୍ନ ବିଭାଗ ଅଲଗା ଅଲଗା ନଯାଇ ଗୋଟିଏ ଦିନରେ ସମ୍ମିଳୀତ ଭାବରେ ଯିବେ । ଆହୁରୀ ମଧ୍ୟ ୪୮ ଘଣ୍ଟା ମଧ୍ୟରେ ଅନ୍ଲାଇନ୍ ଜରିଆରେ ରିପୋର୍ଟ ସମ୍ପୃକ୍ତ ସଂସ୍ଥାକୁ ପ୍ରଦାନ କରିବେ । ବାଣିଜ୍ୟ ସୁଗମତା କ୍ଷେତ୍ରରେ ଓଡିଶା ବର୍ତ୍ତମାନ ସପ୍ତମ ସ୍ଥାନରେ ଥିବା ବେଳେ ଆଗାମୀ ଦିନରେ ଏହା ଯେପରି ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇ ପାରିବ ଏହାକୁ ସାମ୍ନାରେ ରଖି କାର୍ଯ୍ୟ କରିବାକୁ ଯୋଜନା କରିଛନ୍ତି । ଏହି ବୈଠକରେ ମୂଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଉନ୍ନୟନ କମିସନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com