BHSHAN

କ୍ଷତିପୂରଣ ମିଳିବା ପରେ ଉଠିଲା ଶବ

30

କଣ୍ଟାବଣିଆ(ଆପ୍ର): କଣ୍ଟାବଣିଆ ଥାନା ଅନ୍ତର୍ଗତ ଭୁଷଣ ପ୍ଲାଣ୍ଟ ପରିସରରେ ଟ୍ରଲର ଧକ୍କାରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ଖବର ପ୍ରକାଶ ପାଇବାପରେ କମ୍ପାନୀ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ କ୍ଷତିପୂରଣ ବାବଦକୁ ଚେକ୍ ମିଳିବା ପରେ ଶବ ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି । ବୁଧବାର ସକାଳ ୯:୪୫ମିନିଟ୍ ସମୟରେ ବ୍ରିଜ୍ ଏଣ୍ଡ ରୁଫ୍ ନାମକ ଠିକା ସଂସ୍ଥାରେ କାର୍ଯ୍ୟରତ ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲୋ ଗ୍ରାମର ବିଜୟ କୁମାର ବେହେରା(୨୭) ସାଇକେଲରେ କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଏକ ଟ୍ରଲର୍ ତାଙ୍କୁ ପଛରୁ ଧକ୍କା ଦେଇ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ବିଜୟଙ୍କ ମୃତୁ୍ୟ ଘଟିଥିଲା । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ତରବରିଆ ଭାବରେ ଚିକିତ୍ସା କରିବା ଆଳରେ ଶବ ଉଠାଇ ନେଇଥିଲେ । ଏ ଖବର ପ୍ରକାଶ ପାଇବାପରେ କମ୍ପାନୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାସହ ଆନ୍ଦୋଳନ କରାଯାଇଥିଲା । କଣ୍ଟାବଣିଆ ପୁଲିସ୍, ସ୍ଥାନୀୟ ନେତା ଓ ଶ୍ରମିକ ନେତାମାନଙ୍କ ମଧ୍ୟରେ ଆଲୋଚନା ପରେ କମ୍ପାନୀ କର୍ତ୍ତୃପକ୍ଷ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଚେକ୍ ଆକାରରେ ମୃତକଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ତତ୍ ସହିତ ଶୁଦ୍ଧିକ୍ରିୟା ଲାଗି ଆଉ ୨ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରିବା ପରେ ଉତ୍ତେଜନା ହ୍ରାସ ପାଇଥିଲା । କଣ୍ଟାବଣିଆ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ।

ସେଆର କରନ୍ତୁ:



Powered by odothemes.com