program-at-hotel-kalinga-ashok-(3)

ଆତଙ୍କବାଦ ଓ ତାପମାତ୍ରା ବୃଦ୍ଧି ବିଶ୍ୱ ପାଇଁ ଆତଙ୍କ

44

ଭୁବନେଶ୍ୱର,୧୦ା୧୨(ବୁ୍ୟରୋ): ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଛି । ଏଥିପାଇଁ ମାନବାଧିକାର ହନନ ହେଉଛି । ଏହା ବିରୋଧରେ ସମଗ୍ର ବିଶ୍ୱବାସୀ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି । ମାନବାଧିକାର ସଂଘ ତରଫରୁ ୬୭ ତମ ଆନ୍ତର୍ଜାତିକ ମାନବାଧିକାର ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି । ହୋଟେଲ କଳିଙ୍ଗ ଅଶୋକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଡ. ଅଭିନ୍ନ ହୋତା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ମାନବାଧିକାର କମିଶନର, ଆଡ୍‍ଭୋକେଟ୍‍ ଜେନେରାଲ ସୂର୍ଯ୍ୟ ମିଶ୍ର, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଶ୍ୱରେ ସମ୍ପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟା, ବିଶ୍ୱ ତାପାୟନ ବୃଦ୍ଧି ଏବଂ ବାୟୁ ପ୍ରଦୂଷଣ ଉପରେ ଆଲୋଚନା କରିଥିଲେ । ଅତୀତରେ ପ୍ୟାରିସ୍‍ରେ ଗୃହୀତ ହୋଇଥିବା ପରିବେଶ ସଂକ୍ରାନ୍ତୀୟ ନିର୍ଦ୍ଧାରଣ କଡାକଡି ଭାବେ ଲାଗୁ କରିବା ନେଇ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ସମୁଦ୍ର ଜଳପତ୍ତନ ବୃଦ୍ଧି, ତାପମାତ୍ରା ବୃଦ୍ଧି ଦୁର୍ବିପାକ, ବୃହତ ଶିଳ୍ପ ଓ ଯାନବାହନ ଦ୍ୱାରା ଜଳବାୟୁ ପ୍ରଦୂଷିତ ହୋଇ ସାଧାରଣ ମନୁଷ୍ୟଙ୍କ ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଓ ମାନବ ଅବସ୍ଥାକୁ କ୍ଷତି ପହଞ୍ଚାଉଛି । ଏପରି ଏକ ପରିସ୍ଥିତିରେ ପ୍ରତ୍ୟେକ ଦେଶ, ରାଜ୍ୟ ସରକାର, ନାଗରିକ ସଂଗଠନ, ସଭ୍ୟ ସମାଜ ଓ ବୁଦ୍ଧିଜୀବୀ ମାନଙ୍କ ଭୂମିକା ଅତ୍ୟନ୍ତ କ୍ରିୟାଶୀଳ ହେବା ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।




Powered by odothemes.com