କେନ୍ଦ୍ର, ଓଡ଼ିଶା ସମେତ ୧୩ ରାଜ୍ୟକୁ ଏନ୍ଏଚ୍ଆର୍ସିଙ୍କ ନୋଟିସ୍ | ସର୍ବସାଧାରଣ ଖବରକାଗଜ

କେନ୍ଦ୍ର, ଓଡ଼ିଶା ସମେତ ୧୩ ରାଜ୍ୟକୁ ଏନ୍ଏଚ୍ଆର୍ସିଙ୍କ ନୋଟିସ୍

28

ଦେଶବ୍ୟାପୀ ଭେଜାଲ୍ ଔଷଧ କାରବାର
କଟକ(ବୁ୍ୟରୋ): ସାରା ଦେଶରେ ନକଲି ଔଷଧ ଚୋରା କାରବାର ଘଟଣାକୁ ଜାତୀୟ ମାନବାଧିକାର କମିଶନ ଅତି ଗୁରୁତର ସହ ନେଇଛନ୍ତି । ଏହାକୁ ରୋକିବା ଓ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କି କାର୍ଯାନୁଷ୍ଠାନ ନିଆଯାଇଛି, ତାହା ଜାଣିବା ଲାଗି କମିଶନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଓଡିଶା ସମେତ ୧୩ଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ନକଲି ଔଷଧର କାରବାର ସମ୍ପର୍କରେ ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ ରାଇଟ୍ସର କାର୍ଯ୍ୟକାରୀ ସଦସ୍ୟ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଅଭିଯୋଗ ଉପରେ ବିଚାର କରି କମିଶନ ଏହି ନିର୍ଦ୍ଧେଶନାମା ଦେଇଛନ୍ତି । ଆବେଦନକାରୀ ଦର୍ଶାଇଥିଲେ ଯେ, ରାଜସ୍ଥାନର ଏକ ନକଲି କମ୍ପାନୀ ପ୍ରାୟ ୭୦ ପ୍ରକାର ଔଷଧ ଉପିାଦନ କରି ଓଡିଶା, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରାଖଣ୍ଡ, ତାମିଲନାଡୁ, ଆସାମ, ହିମାଚଳପ୍ରଦେଶ, କେରଳ, କର୍ଣାଟକ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦି ୧୩ଟି ରାଜ୍ୟକୁ ବିଭିନ୍ନ ଷ୍ଟକିଷ୍ଟ ଓ ବ୍ୟବସାୟୀଙ୍କ ଜରିଆରେ ଯୋଗାଉଥିଲା । ପ୍ରଥମେ ଓଡିଶାରେ ଏହି କମ୍ପାନୀର ଔଷଧ ଜବତ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା । ଗତ ନଭେମ୍ବର ୨ରେ କମ୍ପାନୀ ଉପରେ ଚଢାଉ ମଧ୍ୟ କରାଯାଇଥିଲା । ସେଠାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ନକଲି ଔଷଧ ଓ ୨୫ ଲକ୍ଷ ଟଙ୍କାରୁ ଅଧିକ ଯନ୍ତ୍ରାଂଶ ଜବତ ହୋଇଥିଲା । ଏଠାରୁ ଉପିାଦିତ ଔଷଧ ପ୍ୟାକେଟ୍ରେ ଅଭ୍ୟା ହେଲଥ୍ କେୟାର ଓ ହିମାଚଳ ପ୍ରଦେଶର ଏକ ଠିକଣା ଲେଖାଯାଉଥିଲା । ଏହି ନକଲି ଔଷଧର କାରବାର ଯୋଗୁଁ ରୋଗୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ସେ ଦର୍ଶାଇଥିଲେ । ପୁଣି ଏଭଳି କାରବାର କରିବା ଡ୍ରଗ୍ସ ଓ କସ୍ମେଟିକ୍ ଆଇନ, ୧୯୪୦ ଅନୁସାରେ ଦଣ୍ଡନୀୟ ହେଲେ ମଧ୍ୟ ପ୍ରାୟ କୌଣସି ରାଜ୍ୟ ପକ୍ଷରୁ କମ୍ପାନୀ ବିରୋଧରେ କାର୍ଯାନୁଷ୍ଠାନ ନିଆଗଲା ନାହିଁ ବୋଲି ଅଖଣ୍ଡ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହି କମ୍ପାନୀରୁ ଉପିାଦନ ହୋଇଥିବା ସମସ୍ତ ଔଷଧକୁ ନଷ୍ଟ କରିବା ଓ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ । କମିଶନ ଏହାକୁ ବିଚାର କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ, ଓଡିଶା, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଉତରାଖଣ୍ଡ, ତାମିଲନାଡୁ, ଆସାମ, ହିମାଚଳପ୍ରଦେଶ, କେରଳ, କର୍ଣାଟକ, ମଧ୍ୟ ପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦି ୧୩ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ସେହିଭଳି କମ୍ପାନୀ ବିରୋଧରେ କେଉଁ ଆଇନଗତ କାର୍ଯାନୁଷ୍ଠାନ ନିଆଯାଇଛି, ତାହା ଜାଣିବାକୁ ରାଜସ୍ଥାନ ରାଜଧାନୀ ଜୟପୁରର ପୁଲିସ୍ କମିଶନରଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଛି । ଏହି ୧୫ ଜଣ ଅଫିସର ୪ସପ୍ତାହରେ ଜବାବ ଦାଖଲ କରିବାକୁ କମିଶନ ନିର୍ଦ୍ଧେଶ ଦେଇଛନ୍ତି ।




Powered by odothemes.com