jarapada-chasi

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

25

ପରା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ
ଅନୁଗୁଳ/ଛେଣ୍ଡିପଦା,୧ା୧୨ (ଆପ୍ର): ଜରପଡ଼ା ଥାନା ଅନ୍ତର୍ଗତ ପରା ଗ୍ରାମରେ ମଙ୍ଗଳବାର ଜଣେ ଚାଷୀ ଚିକିତ୍ସାଧନ ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନାରେ ମୃତୁ୍ୟ ହୋଇଛି । ଫଳରେ ଗ୍ରାମବାସୀମାନେ ଆରଆଇ ଅଫିସ ଘେରାଉ କରିବା ସହ ଶବରଖି ରାସ୍ତାରୋକ କରିଥିବା ଜଣାପଡ଼ିଛି । ଦଣ୍ଡଧରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ, ଛେଣ୍ଡିପଦା ଅଞ୍ଚଳକୁ ମରୁଡ଼ି ଘୋଷଣା ଓ ଚାଷୀକୁ ସହାୟତା ପ୍ରଦାନ କରିବା ଦାବି କରି ଆନ୍ଦୋଳନ କାରିମାନେ ପ୍ରାୟ ୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ କରିଥିଲେ । ଛେଣ୍ଡିପଦା ତହସିଲ୍ଦାର ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଥାଉକି, ପରାଗ୍ରାମର ଦଣ୍ଡଧର ଦେହୁରୀ ସମବାୟ ସମିତିରୁ ୩୦ ହଜାର ଟଙ୍କା ସହ ବିଭିନ୍ନ ଘରୋଇ ଋଣ ଲଗାଣକାରୀ ସଂସ୍ଥା ଓ ହାତଉଧାରୀ ୫୦ ହଜାର ଟଙ୍କା ଆଣି ୨ ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ସ୍ୱଳ୍ପବୃଷ୍ଟିରୁ ଫସଲ ନଷ୍ଟ ହୋଇଯିବା ଓ ଋଣ ଆଣିଥିବା ଲୋକ ଓ ସଂସ୍ଥାମାନଙ୍କ ଋଣ ସୁଝିବାକୁ ଥିବା ଚାପରେ ପଡ଼ି ସେ ଗତ ୧୯ ତାରିଖରେ ବିଷ ପିଇ ଦେଇଥିଲେ । ସେ କଟକ ବଡ଼ମେଡ଼ିକାଲେ ଚିକିତ୍ସା ହେଉଥିଲେ । ଆଜି ଦଣ୍ଡଧର ଦେହୁରୀଙ୍କ ମୃତୁ୍ୟ ହୋଇଛି ।




Powered by odothemes.com