AIDS-DAY-ABASARA-RE-OTV-PAKHYARU-MINI-MARATHAN-(2)

ଏଡ୍ସ ମୁକ୍ତ ବିଶ୍ୱ ପାଇଁ ମାନସିକତା ପରିବର୍ତ୍ତନ ଜରୁରୀ

30

ଭୁବନେଶ୍ୱର, ୧ା୧୨(ବୁ୍ୟରୋ): ଏଡ୍ସ୍ ରୋଗ ପ୍ରତି ସାଧାରଣରେ ଥିବା ଧାରଣା ପରିବର୍ତ୍ତନ ଉପରେ ଜୋର୍ ଦେଇଛନ୍ତି ରାଜ୍ୟପାଳ ଏସ୍ସି ଜମିର୍ । ଏଡ୍ସ୍ ଆକ୍ରାନ୍ତଙ୍କ ପ୍ରତି କୌଣସି ଭେଦଭାବ ନରଖି ସେମାନେ ଯେପରି ଚିକିତ୍ସାଧୀନ ରହିବେ, ସାଧାରଣ ଜୀବନ ଯାପନ ସହ ସମାଜରେ ଏ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ରାଜ୍ୟପାଳ କହିଛନ୍ତି । ଓଟିଭି ପକ୍ଷରୁ ବିଶ୍ୱ ଏଡ୍ସ୍ ଦିବସ ପାଳନ ଅବସରରେ ଏଡ୍ସ୍ ମୁକ୍ତ ସମାଜ ଶୀର୍ଷକରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଷଷ୍ଠ ଭୁବନେଶ୍ୱର ମିନି ମାରାଥନ୍ ଆଜି ସକାଳେ ହୋଇଯାଇଛି । ଏହାର ଉଦ୍ୟାପନୀ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରାଜ୍ୟପାଳ ଡ. ଜମିର୍ କହିଲେ, ଏକ ସଚେତନତା ଲକ୍ଷ୍ୟରେ ଓଟିିଭି ପକ୍ଷରୁ ଷଷ୍ଠ ଥର ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ୍ କରି ଆୟୋଜନ ହୋଇଥିବା ମାରାଥନ ଏକ ପ୍ରଶଂସନୀୟ ଉଦ୍ୟମ । କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଓଟିଭିର ନିର୍ଦ୍ଧେଶକ ଜାଗୀ ମଙ୍ଗତ ପଣ୍ଡା ମିନି ମାରାଥନ୍ର ଉଦ୍ଧେଶ୍ୟ ଓ ଏଥିପ୍ରତି ବୃଦ୍ଧି ପାଉଥିବା ଆଗ୍ରହ ସମ୍ପର୍କରେ ସୂଚନା ଦେଇଥିଲେ । ମିନି ମାରାଥନ୍ କିଟ୍ ଷ୍ଟାଡିୟମରୁ ଆରମ୍ଭ ହୋଇ ସପ୍ତମ ବାଟାଲିୟନ୍ରେ ସମାପ୍ତ ହୋଇଥିଲା । ମାରାଥନ୍ ଉଦ୍ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, କ୍ରୀଡାବିତ୍ ଅନୁରାଧା ବିଶ୍ୱାଳ ଓ ଅନୁ ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିଶେକେରି ରାଜନେତା, ଚଳଚ୍ଚିତ୍ର ତାରକା, କ୍ରୀଡାବିତ୍, ଯୁବ ଗୋଷ୍ଠୀ ଓ ସ୍କୁଲ୍ ଛାତ୍ରଛାତ୍ରୀ ମାରାଥନ୍ ଦୂରତା ଅତିକ୍ରମ କରିଥିଲେ ।

ସେଆର କରନ୍ତୁ:



Powered by odothemes.com