20151126_125726

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ସମ୍ବର୍ଦ୍ଧିତ

32

ଜାତୀୟସ୍ତରୀୟ ଇଞ୍ଜିନିୟରିଂ ସମ୍ମିଳନୀ
ଭୁବନେଶ୍ୱର, ୧ା୧୨(ବୁ୍ୟରୋ): ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ପରିଚାଳନାଗତ ବ୍ୟବସ୍ଥାରେ ସଦ୍ୟତମ ଜ୍ଞାନକୌଶଳର ପ୍ରୟୋଗ ଓ ପ୍ରଚଳନ ବିଷୟରେ ଆଲୋଚନା, ପର୍ଯ୍ୟାଲୋଚନା କରିବା ପାଇଁ ଦେଶର ପ୍ରମୁଖ ଗବେଷକ ଓ ବିଶେଷଜ୍ଞମାନଙ୍କୁ ନେଇ ସୁରଟରେ ୫୭ତମ ଜାତୀୟ ଭାରତୀୟ ଇନ୍‍ଷ୍ଟିଚୁ୍ୟସନ୍‍ ଅଫ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ଏବଂ ତୃତୀୟ ଆନ୍ତର୍ଜାତିକ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂର ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାବେଳେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବରୁ ଜାମସେଦ୍‍ଜୀ ଟାଟା, ବିଜୟ କିର୍ଲୋସ୍କାର ଏବଂ ଏନ୍ ଆର୍ ନାରାୟଣମୂର୍ତ୍ତିଙ୍କ ଭଳି ବ୍ୟକ୍ତିଙ୍କୁ ଶିଳ୍ପବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ ଆଧୁନିକ ବିଜ୍ଞାନଭିତ୍ତିକ ଆଧ୍ୟାତ୍ମିକତାର ମାର୍ଗପ୍ରଦର୍ଶନ ସହିତ କଳା, ସଂସ୍କୃତି ଓ ମାନବିକତା ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ. ଚନ୍ଦ୍ରଭାନୁ ଶତପଥୀଙ୍କୁ ଚଳିତ ଥର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ସାଧାରଣତଃ ଆଇଆଇଟି, ଆଇଆଇଏମ ଏବଂ ଏନଆଇଟି ଭଳି ଦେଶର ପ୍ରମୁଖ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରୁ କୃତୀ ବୈଷୟିକବିତ୍‍ ଓ ଶିକ୍ଷାବିତ୍‍ମାନେ ଯୋଗଦେଉଥିବା ଏହି ସମ୍ମିଳନୀ ଶିଳ୍ପ ଇଞ୍ଜିନିୟରିଂ କ୍ଷେତ୍ରରେ ନୂଆ ନୂଆ ଉଦ୍‍ଭାବନ ଓ ଗବେଷଣା ସମ୍ପର୍କରେ ପରସ୍ପର ତଥ୍ୟ ଆଦାନ ପ୍ରଦାନରେ ସହାୟକ ହୋଇଥାଏ । ଗୁରୁଜୀ ଡଃ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ସମ୍ମିଳନୀକୁ ଉଦ୍‍ଘାଟନ କରିଥିବାବେଳେ ଆଇଆଇଆଇଇର ଜାତୀୟ ପରିଷଦ ଅଧ୍ୟକ୍ଷ ବି ଏମ୍ ଭଣ୍ଡାରକର ଡଃ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଉଲ୍ଲେଖନୀୟ ଘଟଣା ବୋଲି କହିଥିଲେ । ଏହି ଅବସରରେ ଡଃ ଶତପଥୀଙ୍କୁ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡଷ୍ଟ୍ରିଆାଲ୍ ଇଞ୍ଜିନିୟରିଂର
ଆଜୀବନ ସଦସ୍ୟ କରାଯାଇଥିଲା । ଡଃ ଶତପଥୀଙ୍କ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଡଃ ଶତପଥୀ ଇଞ୍ଜିନିୟରିଂ ବିଦ୍ୟା କ୍ଷେତ୍ରରେ ପ୍ରଗତିଶୀଳ ଚିନ୍ତାଧାରା ଏବଂ ଏହାର ରୂପାୟନ ଉପରେ ଗୁରୁତ୍ୱାରୋପ କରି କେବଳ ସାମାଜିକ କ୍ଷେତ୍ର ନୁହେଁ ପ୍ରକୃତିର ନିୟମ ବା ‘ଲ ଅଫ ନେଚର’ ଶିକ୍ଷା, ଗବେଷଣା ଏବଂ ଇଞ୍ଜିନିୟରିଂ ବିଦ୍ୟା କ୍ଷେତ୍ରରେ ମଧ୍ୟ କିପରି କାର୍ଯ୍ୟ କରିଥାଏ ତାହାର ଉଲ୍ଲେଖ କରିଥିଲେ । ଏହି ଅବସରରେ ଇଞ୍ଜିନିୟରିଂ, ଗବେଷଣା ଓ ବିକାଶ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବହୁ ଇଞ୍ଜିନିୟର ଏବଂ କୃତୀ ବ୍ୟକ୍ତିମାନଙ୍କୁ ଡଃ ଶତପଥୀଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା ।




Powered by odothemes.com