TIGER

ବାମୁର ଡାକବଙ୍ଗଳା ଭିତରେ ବାଘ

52

କିଶୋରନଗର, ୩୦ ।୧୧(ଆପ୍ର): କିଶୋରନଗର ବ୍ଲକ୍ ନାକଚି ପଞ୍ଚାୟତସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା ଭିତରେ ରବିବାର ରାତିରେ ଗୋଟିଏ କ୍ଷତାକ୍ତ କଲରାପତରିଆ ବାଘ ପଶିଯାଇଥିଲା । ଖବର ପାଇ ଆଠମଲ୍ଲିକ ଉପ-ଜିଲ୍ଲାପାଳ ଅମୂଲ୍ୟ କୁମାର ପଣ୍ଡା, ବନବିଭାଗ ତରଫରୁ ହଣ୍ଡପା, ବାମୁର ରେଞ୍ଜ୍ ଅଫିସର, ହଣ୍ଡପା ଥାନା ଏଏସ୍ଆଇ ଏକ ପ୍ଲାଟୁନ୍ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିିଥିଲେ । ବହୁ ସମୟ ପରେ ବାଘକୁ ନିଶା ଗୁଳିରେ ଅଚେତ କରାଯିବା ସହ ବନ୍ୟଜନ୍ତୁ ସୁରକ୍ଷା କମିଟି ତା’ର ଚିକିତ୍ସା ନିମନ୍ତେ ନେଇଥିଲେ । ବାଘକୁ ଦେଖବା ପାଇଁ ହଜାର ହଜାର ଲୋକ ଆଜି ସକାଳୁ ଡାକବଙ୍ଗଳାଠାରେ ଭିଡ ଜମାଇଥିଲେ । ଆହତ ବାଘଟିକୁ ଟକବା ବଙ୍ଗଳାରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ସିମିଳିପାଳ ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ଖସି ଆସି ସେଠାରେ ୩ ଜଣ ଲୋକଙ୍କୁ ଆକ୍ରମଣ କରି ଆହତ କରିଥିଲା । କ୍ରମାଗତ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟଜନ୍ତୁମାନେ ବିଭିନ୍ନ ସମୟରେ ଜନପଦକୁ ପଶିଆସୁଛନ୍ତି ।




Powered by odothemes.com