ANMOUI~1

ଆଇଆଇଟି ସହ ଏମ୍ଓୟୁ

40

ଗ୍ରାମ୍ୟ ରାସ୍ତା ପରିଚାଳନା ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର(ବୁ୍ୟରୋ): ଭୁବନେଶ୍ୱର ଇଣ୍ଡିଆନ୍ ଇନିଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପରିସରରେ ଗ୍ରାମ୍ୟ ରାସ୍ତା ସଂପର୍କରେ ଗବେଷଣା, ପରିଚାଳନା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଲାଗି ଆଜି ରାଜ୍ୟ ସରକାର ଓ ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର(ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ପ୍ରତିଷ୍ଠାନ ନିର୍ମାଣ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ହଷ୍ଟେଲ ସୁବିଧା ଥିବା ୬୦ଟି ସିଟ୍ ରହିବ । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି ପ୍ରତିଷ୍ଠାନ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳସଂପଦ, ପଞ୍ଚାୟତିରାଜ୍, ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କର ବୈଷୟିକ ଦକ୍ଷତା ବିକାଶରେ ସହାୟକ ହେବ । ନିୟମୀତ ଭାବେ ଜ୍ଞାନର ଆଦାନପ୍ରଦାନ କରାଗଲେ ଆମ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଇଞ୍ଜିନିୟରମାନେ ରାସ୍ତା ଓ ଗୃହ ନିର୍ମାଣରେ ଉପଯୁକ୍ତ ପ୍ରଶିକ୍ଷର ପାଉ ନଥିବାରୁ ନୂତନ ବୈଷୟିକ ଜ୍ଞାନ କୈଶଳ ସଂପର୍କରେ ଜାଣି ପାରୁ ନାହାଁନ୍ତି । ଆଇଆଇଟି ଭୁବନେଶ୍ୱର ଏହି ସୁବିଧା ଯୋଗାଇ ଦେବ । ଏହି ପ୍ରତିଷ୍ଠାନ ନିର୍ମାଣ ସହ ରାଜ୍ୟ ସରକାର ଏହାର ପରିଚାଳନା ପାଇଁ ବାର୍ଷିକ ୧କୋଟି ଟଙ୍କା ଆଇଆଇଟିକୁ ଯୋଗାଇ ଦେବେ । ଏହି ପ୍ରତିଷ୍ଠାନଟି ରାଜ୍ୟର ଇଞ୍ଜିନିୟରମାନଙ୍କ ଲକ୍ଷ୍ୟ ପୂରଣରେ ବେଶ ସହାୟକ ହେବ । ଆଇଆଇଟି ଭୁବନେଶ୍ୱର ଅଧିକ ଦକ୍ଷ ଇଞ୍ଜିନିୟର ସୃଷ୍ଟି କରିାବରେ ସହାୟକ ହେବ । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରୀ ନାରୟଣ ପାତ୍ର, ମୁଖ୍ୟ ସଚିବ ଆଦିତ୍ୟ ପାଢୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ୍ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com