୨୦୧୯ ସୁଦ୍ଧା ଉପିାଦନ ଅଭିବୃଦ୍ଧି ଲକ୍ଷ୍ୟ ୬୦%

cm

ଭୁବନେଶ୍ୱର (ବୁ୍ୟରୋ): ଶିଳ୍ପାୟନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଛି । ୨୦୧୯ ସୁଦ୍ଧା ଶିଳ୍ପ ଉପିାଦନ କ୍ଷେତ୍ରରେ ୬୦ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ଷକୁ ୧୫ ପ୍ରତିଶତ ଅଭିବୃଦ୍ଧି ହାରରେ ୨୦୧୯ ସୁଦ୍ଧା ରାଜ୍ୟ ନିର୍ମାଣ ଓ ଉପିାଦନ କ୍ଷେତ୍ରରେ ୬୦ ପ୍ରତିଶତ ଅଭିବୃଦ୍ଧି ହାସଲ ଲକ୍ଷ୍ୟ ରହିଛି । ଆଜି ପ୍ରଦର୍ଶନୀ ପଡ଼ିଆରେ ସିଆଇଆଇ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ‘ଏଣ୍ଟରପ୍ରାଇଜ୍-ଓଡ଼ିଶା’ ପ୍ରଦର୍ଶନୀକୁ ଉଦ୍ଘାଟନ କରି ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଶିଳ୍ପ ନୀତି- ୨୦୧୫ ପ୍ରଣୟନ କରିଛନ୍ତି । ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଇକୋନୋମିକ୍ ଜୋନ୍ ପାଇଁ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତତନ୍ତ ଓ ବୟନ, ଇଲୋକ୍ରୋନିକ୍ସ ସାମଗ୍ରୀ ଉପିାଦନ, ହସ୍ତଶିଳ୍ପ ଭଳି ୮ଟି ଶିଳ୍ପକୁ ବ୍ୟାବହାରିକ ଶିଳ୍ପ (ପବ୍ଲିକ୍ ୟୁଟିଲିଟି) ମାନ୍ୟତା ପ୍ରଦାନ କରାଯାଇଛି । ସ୍ପେଶାଲ୍ ଇକୋନୋମିକ୍ ଜୋନ୍(ଏସ୍ଇଜେଡ୍) ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଇଛି । ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ଚଳିତ ବର୍ଷର ଥିମ୍ ‘ବିଲ୍ଡ ଓଡ଼ିଶା’ ରଖାଯାଇଛି । ପ୍ରକୃତ ପକ୍ଷେ ଓଡ଼ିଶା ନିଜ ଭବିଷ୍ୟତର ନିର୍ମାଣ ନିଜେ କରିବାକୁ ଯାଉଛି । କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଉଭା ହେବାକୁ ଯାଉଛି । ସିଆଇଆଇ ଓଡ଼ିଶାର ଶିଳ୍ପ ସମ୍ଭାବନାରେ ଏକ ପ୍ରମୁଖ ସହଯୋଗୀ ଭାବେ ବହୁ ବର୍ଷରୁ କାର୍ଯ୍ୟ କରିଆସୁଛି । ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ ସାରା ବିଶ୍ୱର ପୁଞ୍ଜି ନିବେଶକାରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ‘ଇନଭେଷ୍ଟ୍ ଓଡ଼ିଶା’ ଲୋଗୋ ଉନ୍ମୋଚିତ ହୋଇଥିଲା । ଅନ୍ୟତମ ଅତିଥି ଶିଳ୍ପ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି ଚଳିତ ବର୍ଷର ଶିଳ୍ପ ନୀତି-୨୦୧୫ରେ ଶିଳ୍ପ ଅନୁକୂଳର ପରିବେଶ ସୃଷ୍ଟି କରିବା ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି । ଶିଳ୍ପ ପାଇଁ ଜମି ଅସୁବିଧା ଦୂର କରିବା ପାଇଁ ୧୦ହଜାର ଏକରର ‘ଲ୍ୟାଣ୍ଡ୍ ବ୍ୟାଙ୍କ’ ପ୍ରତିଷ୍ଠା କରାଯାଇଛି । ୨୦୧୯ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୭୩ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହିତ ୧୦୦ କୋଟିର ଶିଳ୍ପ ଭିତ୍ତିଭୂମି କର୍ପସ୍ ଫଣ୍ଡ୍ ଗଠନ କରାଯାଇଛି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶିଳ୍ପଦ୍ୟୋଗୀମାନଙ୍କୁ ସହାୟତା ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ପୁଞ୍ଜି ନିବେଶକାରୀ ଏହାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ରାଜ୍ୟରେ ଶିଳ୍ପର ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ସିଆଇଆଇ ପୂର୍ବାଞ୍ଚଳ ସଭାପତି ଏ କେ ବର୍ମା, ଓଡ଼ିଶା ଶାଖା ସଭାପତି ଏସ୍ ରାଜୁ ଓ ଟି ଭି ନରେନ୍ଦ୍ରନ୍ ଯୋଗ ଦେଇଥିଲେ ।