Agnikanda-Panikoili

୨ବଖରା, ଧାନଗଦା ଭସ୍ମ

28

ପାଣିକୋଇଲି,(ଆପ୍ର): ପଥରପଦା ମୌଜାର କାଜିପାଟଣା ଆଦିବାସୀ ସାହିରେ ରବିବାର ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମେତ ଧାନଗଦା ଜଳିଯାଇଛି । ଖବର ପାଇ ବୈତରଣୀ ରୋଡ୍ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳେକୁ ଗ୍ରାମବାସୀ ନିଅାଁକୁ ଆୟତ୍ତ କରିଥିଲେ । ।ରୁ ଦମକଳ ବାହିନୀ ପାଇଁ ପାଣିର ସମସ୍ୟା ହୋଇଥିବା ଜଣାଯାଇଛି । ସାହିର ମଙ୍ଗୁଳି ସିଂହଙ୍କ ଘରେ ନିଅାଁ ଲାଗିଥିଲା । ପରେ ଏହା ଘର ନିକଟରେ ଥିବା ଧାନଗଦାକୁ ବ୍ୟାପି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏଥିରେ ଘରର ସମସସ୍ତ ଆସବାବପତ୍ର, ଧାନ ଓ ଚାଉଳ ମଧ୍ୟ ପୋଡି ଯାଇଛି । ବିପନ୍ନଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।




Powered by odothemes.com