କମଳାଶୋଳ ଗାଁକୁ ପଶିଲେ ୧୩ ବଣୁଆ ହାତୀ

39

ବାରିପଦା,(ଆପ୍ର): ଡୁକୁରା ରେଞ୍ଜ ଅନ୍ତର୍ଗତ କମଳାଶୋଳ ଗ୍ରାମକୁ ଶୁକ୍ରବାର ୧୩ଟି ବଣୁଆ ହାତୀ ପଶି ଆସିଥିବା ଖବର ମିଳିଛି । ହାତୀ ପଲ ଶିମିଳିପାଳ ଅଭୟାରଣ୍ୟ ଇଲାକାରୁ ବାହାରି ଏହି ଗ୍ରାମକୁ ପଶି ଧାନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କଠାରୁ ସୂଚନା ପାଇବା ପରେ ରେଞ୍ଜ ଅଫିସର ବଟକୃଷ୍ଣ ପାଢୀଙ୍କ ନେତୃତ୍ୱରେ ବନକର୍ମଚାରୀମାନେ ସମ୍ପୃକ୍ତ ଗ୍ରାମକୁ ଯାଇ ହାତୀ ପଲକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । ଶେଷରେ ବନ କର୍ମଚାରୀମାନେ ହାତୀ ପଲଟିକୁ ସନ୍ଧ୍ୟା ବେଳକୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିବାର ସୂଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com