ନାଗରିକ ସଂଯୋଗ ପ୍ରକ୍ରିୟାରେ ଆଉ ୪୦ ସ୍ୱେଚ୍ଛାସେବୀ

Civil-Defence

ଭୁବନେଶ୍ୱର, ୧୨ା୧୧(ବୁ୍ୟରୋ): ଡିସେମ୍ବର ୧୫ ତାରିଖରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ସ୍ମାର୍ଟ ସିଟି ସମ୍ପର୍କିତ ଚୂଡାନ୍ତ ରିପୋର୍ଟ ଦାଖଲ କରିବ । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ନାଗରିକ ସଂଯୋଗ ଓ ସାମାଜିକ କାର୍ଯ୍ୟକ୍ରମ ପ୍ରକ୍ରିୟା ଜୋର୍ ସୋରରେ ଜାରି ରଖିଛି । ଏଥିପାଇଁ ବିଏମ୍ସି ସ୍ୱେଚ୍ଛାସେବୀ ସଂସ୍ଥା, ସେସିଆଲ ମିଡିଆ, ଏନ୍ଏସ୍ଏସ୍, ଛାତ୍ରଛାତ୍ରୀ, ମହିଳା ସଙ୍ଗଠନଗୁଡିକୁ ନିଜ ସହ ସାମିଲ କରିଛି । ସେହି କ୍ରମରେ ନାଗରିକ ସଂଯୋଗ ପ୍ରକ୍ରିୟାକୁ ଆହୁରି ତୀବ୍ରତର କରିବାକୁ ଆଜି ବିଏମ୍ସି ଓ ୪୦ ଜଣ ବେସାମରିକ ସ୍ୱେଚ୍ଛାସେବୀଙ୍କ ଏକ କର୍ମଶାଳା ହୋଇଥିଲା । କର୍ମଶାଳାରେ ସ୍ୱେଚ୍ଛାସେବୀମାନଙ୍କୁ ସ୍ମାର୍ଟ ସିଟି ସମ୍ପର୍କରେ ତାଲିମ୍ ଦିଆଯାଇଥିଲା । ସ୍ୱେଚ୍ଛାସେବୀମାନେ ପରବର୍ତ୍ତୀ ସମୟରେ ରାଜଧାନୀର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ, ବସ୍ତି ସମେତ ସ୍ଥାନୀୟ ଲୋକଙ୍କୁ ସ୍ମାର୍ଟ ସିଟି ସମ୍ପର୍କରେ ଅବଗତ କରାଇବେ । କର୍ମଶାଳାରେ ଅତିରିକ୍ତ କମିଶନର ଭବାନି ଚଇନି, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ସମେତ ୪୦ରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ।