ବାଣଦୋକାନରେ ଅଗ୍ନିକାଣ୍ଡ

42

ଆଳି (ଆପ୍ର): ବେଆଇନ୍ ବାଣ ଦୋକାନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦିନ ଆଜି୧୦.୨୫ ମିନିଟ ସମୟରେ ଜନଗହଳିପୂର୍ଣ୍ଣ ଆଳି ବଜାରର ବସ୍ଷ୍ଟାଣ୍ଡ୍ରେ ଆତଙ୍କ ସୃଷ୍ଟି ହୋଇଥିଲା । ଲଗାତର ୨୦ ମିନିଟ ପର୍ଯ୍ୟନ୍ତ ପ୍ରଚଣ୍ଡ ବାଣ ବିସ୍ଫୋରଣରେ ଲୋକେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ୁଥିବାର ଦେଖାଯାଇଥିଲା । ବିସ୍ଫୋରଣଜନିତ ଅଗ୍ନିକାଣ୍ଡକୁ ଆୟତ କରିବାକୁ କେହି ସାହସ କରିପାରି ନଥିଲେ । ଅଗ୍ନି ନିର୍ବାପକ ଅଗ୍ନିସମ ବିଭାଗର ଦମକଳ ଅଗ୍ନିକାଣ୍ଡ ପରେ ଆସି ପହଞ୍ଚିଥିଲା । ଟିକେ ଦୂରରେ ଥିବା ୨ଟି ଘରେ ରକେଟ ନିଆଁରୁ ନିଆଁ ଲାଗିଯାଇଥିଲା । ରାଜୁ ସିଂ ଙ୍କ ଭୁଷାମାଲ୍ ଦୋକାନ ଓ ଗୋଦାମରେ ନିଅାଁ ଲାଗିଯାଇଥିଲେବି ଲୋକେ ନିଅାଁକୁ ଆୟତ କରିଥିଲେ । ଧପଧପି ଫୁଲଝରି ମହମବତୀ ପାଇଁ ପ୍ରଶାସନ ବାଣ ଦୋକାନିଙ୍କୁ ଲାଇସେନ୍ସ ଦେବାର ବ୍ୟବସ୍ଥା ଥିଲେବି ପ୍ରଶାସନରେ ଗୋଚରରେ ଜନଗହଳିପୂର୍ଣ୍ଣ ବଜାର ଭିତରେ ମାରାତ୍ମକ ପ୍ରଚଣ୍ଡ ଶବ୍ଦ ସୃଷ୍ଟିକାରୀ ବିଭିନ୍ନ ପ୍ରକାର ତାଳଫୋଟକା, ଗଡ଼ମା, ପେପର ବମ୍, ଚାଇନା ବକ୍ସ ବମ୍,ଚକୋଲେଟ ବମ୍ ଆଦି ଅବାଧରେ ବିକ୍ରୀ ଚାଲିଛି । କମ୍ ପଇସାରେ କିଣି ଅଧିକ ଦାମ୍ରେ ବିକ୍ରୀ ହେଉଥିବା ଏହି ବାଣରେ ବହୁତ ମୁନାଫା ହେଉଥିବାରୁ ଲାଭାଂଶ ପ୍ରଶାସନର ବଡ଼ବଡ଼ିଆ ବାବୁ ମାନଙ୍କ ତୁଷ୍ଟି କରଣରେ ପ୍ରୟୋଗ କରାଯାଉଥିବାର ସଂପୃକ୍ତ ବାଣ ଦୋକାନୀ ଓ ସାଧାରଣ ଲୋକେ ଆଲୋଚନା କରୁଛନ୍ତି । ଅବାଧରେ ଆଳି ବଜାରର ଜନଗହଳିପୂର୍ଣ୍ଣ ସ୍ଥାନରେ ବହୁ ବାଣ ଦୋକାନ ଖୋଲା ପସରା ମେଲେଇ ଥିଲେ ମଧ୍ୟ ଅଗ୍ନି ନିର୍ବାପନ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିବା ଜାଣି ମଧ୍ୟ ପ୍ରଶାସନ ନିଜର କି ସ୍ୱାର୍ଥରେ ନୀରବ ରହିଥିଲା, ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଳି ବଜାରର ମୋଟ୍ ୨୫ ଗୋଟି ବାଣ ଦୋକାନ ହୋଇଥିଲା । । ବିଷ୍ଫୋରଣ ପରେ ସମସ୍ତ ବାଣ ଦୋକାନ ଉଭାନ ହୋଇଯାଇଛି । ଏହି ବିଷ୍ପୋରଣରେ ୫ଟି ସାଇକେଲ, ଜଳି ଯାଇଥିବା ବେଳେ, ଗୋଟିଏ ସ୍କୁଟର କ୍ଷତିଗ୍ରସ୍ତ ହେଇଛି । ଏହି ଘଟଣାର ତଦନ୍ତ ପାଇଁ ଜନ ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com