Governor-Dr.-S.-C

ବିଶ୍ୱ ସମୁଦାୟକୁ ପ୍ରଭାବିତ କରିବାର କ୍ଷମତା ଯୁବଶକ୍ତିର ରହିଛି

28

ଡିଏଭି ଚନ୍ଦ୍ରଶେଖରପୁର ‘ଛାୟା ଜାତିସଂଘ ସମ୍ମିଳନୀ’ ଉଦ୍ୟାପିତ
ଭୁବନେଶ୍ୱର, ୮ା୧୧(ବୁ୍ୟରୋ): ବିଶ୍ୱ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଅନେକ ଘଟଣାକ୍ରମକୁ ପ୍ରଭାବିତ ଓ ନିୟନ୍ତ୍ରିତ କରିବାରେ ଯୁବସମାଜର ପ୍ରମୁଖ ଭୂମିକା ରହିଆସିଛି । ସଂପ୍ରତି ଦେଖାଦେଇଥିବା ବିଭିନ୍ନ ସମସ୍ୟାର ଗ୍ରହଣୀୟ ସମାଧାନ କ୍ଷେତ୍ରରେ ଯୁବଶକ୍ତିର ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ଏସ୍.ସି. ଜମିର କହିଛନ୍ତି । ସ୍ଥାନୀୟ ଚନ୍ଦ୍ରଶେଖରପୁର ଡ଼ିଏଭି ସ୍କୁଲରେ ୩ ଦିନଧରି ·ଲୁଥିବା ‘ଛାୟା ଜାତିସଂଘ ସମ୍ମିଳନୀ’ର ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, ଯୁବଶକ୍ତିର ଜାଗରଣରେ ବିଶ୍ୱରୁ କ୍ଷୁଧା, ବ୍ୟାଧି, ଦାରିଦ୍ର୍ୟ, ଅପପୁଷ୍ଟି, ଅଶିକ୍ଷା ଆଦି ଦୂର ହେବା ସହିତ ଆଗାମୀ ଦିନରେ ଦୃଢ ନେତୃତ୍ୱ ସୃଷ୍ଟି ହୋଇପାରିବ । ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ସେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଛାତ୍ରଛାତ୍ରୀଙ୍କ୍ୁ ସୁନାଗରିକ ଭାବରେ ଗଢିତୋଳିବା ସହ ଦେଶଗଠନ ଦିଗରେ ଅନୁପ୍ରେରିତ କରିବ ବୋଲି ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାଂସଦ ଭର୍ତ୍ତୁହରି ମହତାବ ଓ ପିନାକୀ ମିଶ୍ର ମତପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମଦନମୋହନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଞ୍ଚଳିକ ନିର୍ଦ୍ଧେଶକ ଡ. କେ.ସି. ଶତପଥୀ ସମ୍ମିଳନୀ ଆୟୋଜନର ମୌଳିକତା ବିଷୟରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରୁ ସଞ୍ଚୟ କରାଯାଇଥିବା ଅର୍ଥରାଶି ଆନ୍ତର୍ଜାତିକ ଶିଶୁ ଶ୍ରମିକ କଲ୍ୟାଣ ସଂଗଠନକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ କୃତୀ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com