Utkal-University-ra-kalinga-&-Lanka-Paternership-program-ra-Governer-(2)

ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା: ଯୋଗାଣମନ୍ତ୍ରୀ

34

ଦକ୍ଷିଣାଞ୍ଚଳରେ ଖରିଫ୍ ଧାନ ସଂଗ୍ରହ ବୈଠକ
ବ୍ରହ୍ମପୁର (ବୁ୍ୟରୋ): ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ୨୦୧୫ ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଦକ୍ଷିଣାଞ୍ଚଳର ୧୨ଟି ଜିଲ୍ଲାକୁ ନେଇ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ବୈଷୟିକ ଶିକ୍ଷା, ତାଲିମ ନିୟୋଜନ ବିଭାଗୀୟ ମନ୍ତ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ ବିଭାଗୀୟ ମନ୍ତ୍ରୀ ଲାଲ୍ବିହାରୀ ହିମିରିକା ଓ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଦାସବର୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବିଗତ ବର୍ଷ ରାଜ୍ୟର ବିପାସ୍ରେ ୬୦ଟି ବ୍ଳକ୍କୁ ସାମିଲ୍ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୧୦୦ଟି ବ୍ଳକ୍କୁ ସାମିଲ୍ କରାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ପ୍ରକୃତ ହିତାଧିକାରୀ ଯେପରି ଖାଉଟି କାର୍ଡ଼ ପାଇବାରୁ ବଞ୍ଚିତ ନ ହୁଅନ୍ତୁ ସେଥିନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ପରବର୍ତ୍ତି ଅବସ୍ଥାରେ ସେମାନଙ୍କୁ ସାମିଲ୍ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପ୍ରକାଶ କରିଥିଲେ । ମିଲର୍ମାନେ ଯେମିତି ସିଧାସଳଖ କୃଷକଙ୍କ ଠାରୁ ଧାନ ନ କିଣିବେ ସେଥିପ୍ରତି ନଜର ରଖାଯିବା ସହ ଚାଷୀମାନେ ଯେପରି ଧାନର ଉଚିତ୍ ମୂଲ୍ୟ ପାଇବେ ସେଥିନିମନ୍ତେ ଦୃଷ୍ଟି ଦେବାକୁ ଯୋଗାଣ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ବିଭାଗୀୟ ମନ୍ତ୍ରୀ ହିମିରିକା ଏହି ଅବସରରେ କହିଥିଲେ ।
ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସବର୍ମା ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଯୋଗାଣ ବିଭାଗ ପାଇଁ ଚଳିତ ବର୍ଷ ପରୀକ୍ଷାର ବେଳ । ଯେଉଁ ଜିଲ୍ଲାରେ ଚାଷର କ୍ଷୟକ୍ଷତି ହୋଇଛି ତାହାକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ କରାଯିବ । ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ଚଳିତ ଖରିଫ୍ ଋତୁରେ ଧାନ ସଂଗ୍ରହ ପ୍ରକି୍ରୟା ଯେପରି ଶତ ପ୍ରତିଶତ ପୂରଣ ହେବ ସେଥିପ୍ରତି ବିଭାଗୀୟ ଅଧିକାରୀଗଣ ସ୍ୱତନ୍ତ୍ର ଦୃଷ୍ଟି ଦେବେ । ବିଗତ ବର୍ଷ ଯେଉଁ ଧାନ ସଂଗ୍ରହ କରାଯାଇ ମିଲଗୁଡ଼ିକୁ ପ୍ରଦାନ କରାଯାଇ ଥିଲା ସେଥିରୁ ପ୍ରାୟ ୯୦ ପ୍ରତିଶତ ଚାଉଳ ସଂଗ୍ରହ ହୋଇସାରିଛି ଓ ବଳକା ୧୦ ପ୍ରତିଶତ ଚାଉଳ ଅତିଶୀଘ୍ର ସଂଗ୍ରହ କରାଯିବ । ଚାଷୀମାନେ ଚଳିତ ଖରିଫ ଋତୁରେ ଯେପରି ତାଙ୍କର ଜମାଖାତାରେ ଧାନର ମୂଲ୍ୟ ସିଧାସଳଖ ପାଇବେ ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାସ୍ତରରେ ଯେଉଁ ବୈଠକ ଅନୁଷ୍ଠିତ ହେବ ସେହି ବୈଠକରେ ଚାଷୀମାନଙ୍କ ପ୍ରତିନିଧିମାନଙ୍କୁ ସାମିଲ କରିବାକୁ ଜିଲ୍ଲାପାଳମାନଙ୍କୁ ମନ୍ତ୍ରୀ ଅବଗତ କରାଇଥିଲେ । ୨୦୦୩-୦୪ ମସିହା ଠାରୁ ଓଡ଼ିଶା ରାଜ୍ୟରେ ଏକତି୍ରକରଣ ଆରମ୍ଭ ହୋଇଥିଲା ଓ ସେହିବର୍ଷ ୦.୬ ଲକ୍ଷ ମେଟି୍ରକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ଯାହା ବୃଦ୍ଧି ହୋଇ ୨୦୧୨-୧୩ ଆର୍ଥିକ ବର୍ଷରେ ୩୬.୫୨ ଲକ୍ଷ ମେଟି୍ରକ୍ ଟନ୍ ଧାନ ସଂଗ୍ରହ ହୋଇପାରିଛି । ପଞ୍ଜାମ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ପରେ ଧାନ ସଂଗ୍ରହରେ ଓଡ଼ିଶା ଚତୁର୍ଥ ରାଜ୍ୟ ଥିଲା । ସମ୍ପ୍ରତି ତାହା ଦ୍ୱିତୀୟ ସ୍ଥାନରେ ରହିଛି । ସମଗ୍ର ରାଜ୍ୟକୁ ତୁଳନା କଲେ ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ଦକ୍ଷିଣ ଓଡ଼ିଶା ସମୁଦାୟ ୨୯.୭୪ ପ୍ରତିଶତ ଧାନ ସଂଗ୍ରହ କରାଯାଇଥିଲା । ଏଥି ମଧ୍ୟରେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ ହିଁ ୧୭.୨୦ ପ୍ରତିଶତ ଧାନ ସଂଗ୍ରହ ହୋଇପାରିଛି । ଗତ ତିନିବର୍ଷର ରେକର୍ଡ଼କୁ ଆକଳନ କଲେ ସମଗ୍ର ଦକ୍ଷିଣ ଓଡ଼ିଶାରେ ୨୦୧୨-୧୩ ଆର୍ଥିକ ବର୍ଷରେ ୧୪୫୫୪୫୭ ମେଟ୍ରିକ୍ ଟନ୍, ୨୦୧୩-୧୪ ଆର୍ଥିକ ବର୍ଷରେ ୧୩୧୯୩୧୦ ମେଟ୍ରିକ୍ ଟନ୍ ଏବଂ ୨୦୧୪-୧୫ ଆର୍ଥିକ ବର୍ଷରେ ୧୪୮୩୩୮୪. ୨୪୭ ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକି୍ରୟାକୁ ଗୁରୁତ୍ୱ ଦେଇ ଧାନ ସଂଗ୍ରହ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । କୃଷକ ନିଜ ପାଇଁ ଆବଶ୍ୟକୀୟ ଧାନକୁ ନିଜ ପାଖରେ ରଖି (ଯାହାକି ତିନି କ୍ୱିଣ୍ଟାଲ ପାଖାପାଖି) ବଳକା ଧାନକୁ ଚାଷି ଚାହିଁଲେ ବିକ୍ରୟ କରିପାରିବେ । ଏଫ୍ଏକୁ୍ୟ ମାନର ସାଧାରଣ ଧାନ କ୍ୱିଣ୍ଟାଲ୍ ପିଛା ୧୪୧୦ ଏବଂ ଗ୍ରେଡ଼୍-ଏ ଧାନ କ୍ୱିଣ୍ଟାଲ ପିଛା ୧୪୫୦ ଟଙ୍କା ଧାର୍ଯ୍ୟ ରଖାଯାଇଛି । ଯେଉଁ ମିଲ ଗୁଡ଼ିକ ବିଗତ ବର୍ଷର ଧାନକୁ ଚାଉଳ କରି ଦେଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଧାନ ଯୋଗାଇ ଦିଆଯିବ । ଖରିଫ ଧାନ ସଂଗ୍ରହ ନିମନ୍ତେ ୯୦ଦିନ ଧାର୍ଯ୍ୟ ହୋଇଥିବା ବେଳେ ରବି ସକାଶେ ୪୫ଦିନ ଧାର୍ଯ୍ୟ ହୋଇଛି । ଚଳିତବର୍ଷ ଖରିଫ ଧାନ ବିକ୍ରୟ ସକାଶେ ୮ଲକ୍ଷ ଚାଷି ପଞ୍ଜିକରଣ କରିଛନ୍ତି । ଜିଲ୍ଲାସ୍ତରରେ ଅନ୍ତତଃ ପକ୍ଷେ ମାସକୁ ଥରେ ବୈଠକ କରି ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ଏଠାରେ ଜଣାଇବା ସହ ସମସ୍ତ ତଥ୍ୟ କମ୍ପୁ୍ୟଟରୀକରଣ ଜରିଆରେ ଲିପିବଦ୍ଧ କରାଯିବାକୁ ଏହି ଅବସରରେ ସୂଚନା ଦିଆଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଏସ୍ସିଏସ୍ସି ଏମ୍ଡ଼ି ନିରଞ୍ଜନ ନାୟକ, ଟିଡ଼ି ସିସିଓଏଲ୍ ସାଧାରଣ ପରିଚାଳକ ସୁବ୍ରତ କୁମାର କର, ଗଜପତି ଜିଲ୍ଲା ଜିଲ୍ଲାପାଳ ମାନଷୀ ନିମ୍ବାଲ, ମାଲ୍କାନ୍ଗିରି ଜିଲ୍ଲାପାଳ ପ୍ରଶାନ୍ତ ରେଡ଼ୀ, ରାୟଗଡ଼ା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି, ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡା, କୋରାପୁଟ ଜିଲ୍ଲାପାଳ ଜୟ କୁମାର ଭେେଙ୍କଲ୍, ବୌଦ ଜିଲ୍ଲାପାଳ ମଧୁସୂଦନ ମିଶ୍ର, କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ, ଗଞ୍ଜାମ ଜିଲ୍ଲା ଅତରିକ୍ତ ଜିଲ୍ଲାପାଳ ଏସ୍ କେ ମିଶ୍ର, ସମବାୟ ସମିତି ରେଜିଷ୍ଟ୍ରାର୍ ଧିରେନ୍ ପଟ୍ଟନାୟକ ସମେତ ୧୦ଟି ଜିଲ୍ଲାର ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ସହିତ କୃଷି ବିଭାଗ ଏଆର୍ସିଏସ୍ ପ୍ରମୁଖଙ୍କ ସମେତ ଅନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।




Powered by odothemes.com