BJP-PRESS-MEET-RE-BIJAYA-MOHAPATRA-NKN-UDBODHAN-(3)

ଚାଷୀ ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେଉ: ବିଜୟ

36

ଭୁବନେଶ୍ୱର,(ବୁ୍ୟରୋ): ଚାଷୀଙ୍କ ହିତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର କୃଷିଋଣ ସଂପୂର୍ଣ୍ଣ ଛାଡ଼ ଘୋଷଣା କରନ୍ତୁ । ଚାଷୀ ଆତ୍ମହତ୍ୟାର ତଦନ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ନକରାଇ ବରଂ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯାଉ ବୋଲି ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ଦାବି କରିଛନ୍ତି । ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରିବାରୁ ବିରତ ରହିବାକୁ ଗତ ଅକ୍ଟୋବର ୨୯ରେ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଏଭଳି ଚିଠିର ଯୌକ୍ତିକତା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ମହାପାତ୍ର । ମନ୍ତ୍ରୀମାନେ ମରୁଡ଼ି ଅଞ୍ଚଳ ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ଗସ୍ତ କରିବା ସମୟରେ ଜିଲ୍ଲାପାଳଙ୍କୁ କୈଫୟତ କାହିଁକି ମାଗି ପାରିବେ ନାହିଁ, ଏଭଳି ଅବାନ୍ତର ଚିଠି ରାଜ୍ୟ ପ୍ରଶାସନରେ ପ୍ରଥମ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଗଣତନ୍ତ୍ର ଶାସନରେ ବିଜେଡି ସରକାର ଲୋକପ୍ରତିନିଧିଙ୍କ ଠାରୁ ପ୍ରଶାସନିକ ଅଧିକାରୀମାନଙ୍କୁ ଉଚ୍ଚତର ମନେ କରୁଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ମରୁଡ଼ି ପ୍ୟାକେଜରେ ସମ୍ପର୍କରେ ରାଜ୍ୟ ସରକାର ୫ ହଜାର କୋଟି ଟଙ୍କାର ସହାୟତା କେବଳ କାଗଜପତ୍ରରେ ଘୋଷଣା କରିଛନ୍ତି । ବାସ୍ତବରେ ଚାଷୀମାନେ କୌଣସି ସହାୟତା ପାଇନାହାନ୍ତି । ଘୋଷଣା କରିଥିବା ସହୟତା ରାଶିର ସବିଶେଷ ବିବରଣୀ ସାଧାରଣରେ ପ୍ରକାଶ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଏବଂ ମରୁଡିଜନିତ କ୍ଷୟକ୍ଷତିର ସହାୟତା ପାଇଁ କେନ୍ଦ୍ରକୁ କୈାଣସି ପତ୍ର ଲେଖାଯାଇନାହିଁ । ତେଣୁ ଘୋଷିତ ସହାୟତା ରାଶି ରାଜ୍ୟ ସରକାର ନିଜସ୍ୱ ବା କେନ୍ଦ୍ର ପାଣ୍ଠିରୁ ବହନ କରିଛନ୍ତି ତାହା ମଧ୍ୟ ଜନସାଧାରଣଙ୍କ ପାଖରେ ପ୍ରକାଶ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି । ମରୁଡ଼ି ସ୍ଥିତିର କୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ ବୋଲି ଶ୍ରୀ ମହାପାତ୍ର ସିଧାସଳଖ ଅଭିଯୋଗ କରି ପୁଣି ଥରେ ସମଗ୍ର ଚାଷୀକୁଳଙ୍କୁ ଆତ୍ମହତ୍ୟା ଭଳି ନିଷ୍ଠୁର ପଦକ୍ଷେପରୁ ନିବୃତ୍ତ ରହିବା ପାଇଁ ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ସଦସ୍ୟ ଭୃଗୁ ବକ୍ସିପାତ୍ର, ଡ.ଯତୀନ ମହାନ୍ତି, ଦିଲୀପ ମଲ୍ଲିକ, କାଳନ୍ଦୀ ସାମଲ, ସୁକାନ୍ତ ପାଣିଗ୍ରାହୀ, ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।




Powered by odothemes.com