ରାଜସୁନାଖଳାକୁ ଟ୍ରେନ୍

train1

ରାଜସୁନାଖଳା (ଆପ୍ର): ଦୀର୍ଘ ୨୧ବର୍ଷ ପ୍ରତୀକ୍ଷାର ଅନ୍ତପରେ ୧୯୯୪-୧୯୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା-ବଲାଙ୍ଗୀର ୨୮୯ କିଲୋମିଟର ପାଇଁ ୨ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଯାହା କି ପଶ୍ଚିମଓଡିଶା ନୟାଗଡରୁ ସିଧାସଳଖ ରାଜଧାନୀକୁ ସଂଯୋଗ ଲକ୍ଷ୍ୟରେ ବ୍ୟୟବରାଦ କରାଯାଇଥିଲା । ଗତ ଜୁଲାଇ ମାସରେ ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ୧୬ କିଲୋମିଟର ରେଳ ସେବାର ଶୁଭାରମ୍ଭରେ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସୁନାଖାଳାକୁ ରେଳଗାଡି ଗଡିବା ନେଇ ପ୍ରତିଶ୍ରୁତି ଦେଇଥିବାବେଳେ ଆଜି ଅକ୍ଟୋବର ୩ତାରିଖ ଅପରାହ୍ନ୩ଟା ସମୟରେ ନୟାଗଡ ଜିଲ୍ଲା ରାଜସୁନାଖାଳାଠାରେ ଆଜି ଖୋର୍ଦ୍ଧାରୋଡ – ବେଗୁନିଆ- ଖୋର୍ଦ୍ଧାରୋଡ୍ ପାସେଞ୍ଜର ଟ୍ରେନ୍କୁ ରାଜସୁନଖଳା ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ ହୋଇଅଛି । ଏହି ଉତ୍ସବରେ ଖୋର୍ଦ୍ଧାରୋଡ ଡିଭିଜନ ରେଳବାଇ ମ୍ୟାନେଜର ସନ୍ତୋଷ କୁମାର ସିଂହଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିରୁପେ ଭୂବନେଶ୍ୱର ସାଂସଦ ଡଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟବକ୍ତାଭାବେ ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓ ଓ ସମ୍ମାନୀତ ଅତିଥି ଭାବେ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ବେଗୁନିଆ ବିଧାୟକ ପ୍ରଶାନ୍ତ କମାର ଜଗଦ୍ଧେବ , ରେଳବାଇ ମୁଖ୍ୟ ଯନ୍ତ୍ରୀ ଶଙ୍କର୍ଷଣ ନାୟକ, ବରିଷ୍ଠ ମଣ୍ଡଳ ବାଣିଜି୍ୟକ ପ୍ରବନ୍ଧକ ଏଚ୍. ଏଲ୍. ଲୁହାଙ୍ଗ ଓ ମୃତୁ୍ୟଞ୍ଜୟ ରଥ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପାଟ୍ଟଶାଣୀ ସବୁଜ ପତାକା ହଲାଇ ଖୋର୍ଦ୍ଧାରୋଡ –ରାଜସୁନାଖଳା ପାସେଞ୍ଜର ଟ୍ରେନ୍କୁ ଶୁଭଆରମ୍ଭ କରିଥରଲେ । ଏହି ନୂତନ ରେଲୱେ ଷ୍ଟେସନ ଉଦ୍ଘାଟନ ଓ ନୂତନ ଟ୍ରେନ୍ ଚଳାଚଳ ଯୋଗୁଁ ଏ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ଏହାକୁ ଦେଖିବା ପାଇଁ ଶତାଧିକ ଲୋକ, ଲୋକପ୍ରତିନିଧି, ବ୍ୟବସାୟୀ, ଗଣମା୍ମମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।