Science-Park-Basti-Basinda-nka-MLA--Bijay-Mohanty-nka--Sarkari-Basabhawan-Gherau---(1)

ବିଧାୟକଙ୍କୁ ଘେରିଲେ ମହିଳା ଭେଣ୍ଡିଂଜୋନ୍ ବ୍ୟବସାୟୀ

21

ଭୁବନେଶ୍ୱର, ୨୭ା୧୦(ବୁ୍ୟରୋ): ସାଇନ୍ସ ପାର୍କ ନିକତରେ ଥିବା ମହିଳା ଭେଣ୍ଡିଂ ଜୋନ୍ ‘ଶ୍ରୀ ଜଗନ୍ନାଥ ମହିଳା ସମିତି’ର ୬୭ଟି ଦୋକାନକୁ ପୁଲିସ୍ ସହାୟତାରେ ଭାଙ୍ଗିଦେବା ସହ ୫ଜଣ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଆଜି ମହିଳା ସମିତିର ୫୦ରୁ ଉଦ୍ଧ୍ୱର୍ ସଦସ୍ୟା ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ବାସଭବନ ଘେରାଉ କରିଥିଲେ । ଏହା ଉଠାଦୋକାନୀ ଆଇନ୍ର ଅନୁଚ୍ଛେଦ ୨ର ଧାରାକୁ ବିରୋଧ କରୁଛି ଏବଂ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଧେଶ ଓ ସମ୍ବିଧାନର ଧାରା ୧୯କୁ ମଧ୍ୟ ଅବମାନନା କରୁଛି ବୋଲି ସେମାନେ କହିଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ ୬ ମାସ ତଳେ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା, ଉତ୍ତର, ମଧ୍ୟମ ବିଧାୟକ ବିଜୟ କୁମାର ମହାନ୍ତି ଏହି ଭେଣ୍ଡିଂଜୋନ୍କୁ ଉଦ୍ଘାଟନ କରିଥିଲେ । ମାତ୍ର, ଗତ ୯ ତାରିଖ ଦିନ ଅ·ନକ ଭାବରେ ବିଡ଼ିଏ, ବିଏମ୍ସି ଅଧିକାରୀମାନେ ଆସି ବୁଲ୍ଡୋଜର୍ ଲଗାଇ ଭେଣ୍ଡିଂଜୋନ୍ଟିକୁ ଭାଙ୍ଗିବା ସହ ଜନିଷ ପତ୍ର ସବୁ ଫୋପାଡ଼ି ଦେଇଥିଲେ । ସେହି ସମୟରେ ଆମକୁ ବିଜେଡ଼ି କର୍ପୋରେଟରମାନେ କଦଳୀ ଗୋଦାମ ବସ୍ତିରେ ହେଉଥିବା ବିଜେଡ଼ି ପଦଯାତ୍ରାକୁ ଡ଼ାକି ନେଇଏଭଳି କାଣ୍ଡ ଘଟାଇଛନ୍ତି ବୋଲି ସଭାନେତ୍ରୀ ଗୋଲାପ ବୈରୀଗଞ୍ଜନ କହିଥିଲେ । ଏଥି ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ଷତିପୂରଣ ଦିଆଯାଉ ବୋଲି ମହିଳାମାନେ ବିଧାୟକଙ୍କୁ ଦାବି କରିଥିଲେ । ବିଧାୟକ ଶ୍ରୀ ମହାନ୍ତି ଆସନ୍ତାକାଲି କମିଶନର, ମେୟରଙ୍କୁ ଭେଟି ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ ମହିଳାମାନେ ରାଜ୍ୟ ମାନବାଧିକାର କମିଶନଙ୍କୁ ମଧ୍ୟ ଗୁହାରି କରିଥିଲେ ।




Powered by odothemes.com