ସମୁଦ୍ରରୁ ବରଫ ପର୍ଯ୍ୟନ୍ତ ରାଲିି ଉଦ୍ଘାଟିତ

36

ପୁରୀ, (ଆପ୍ର): ପ୍ରତିରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସମୁଦ୍ରରୁ ବରଫ ପର୍ଯ୍ୟନ୍ତ ଏକ କାର୍ ରାଲି ଉଦ୍ଘାଟିତ ହୋଇଛି । ସ୍ୱଚ୍ଛ ଭାରତ ଅଭିଯାନରେ ମୁକ୍ତାକାଶ ମଳତ୍ୟାଗରୁ ବିରତ ରହିବା, ପରିବେଶକୁ ପରିଷ୍କାର ରଖିବା ଓ ହାତଧୋଇବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟରେ ସଦ୍ଭାବନା ମିଶନ୍ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ର୍ୟାଲିକୁ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଡଃ ଉଦ୍ଧବ ଚନ୍ଦ୍ର ମାଝି ଓ ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପୁରୀ ସମୁଦ୍ର ବେଳାଭୂମିର ଦିଗବାରେଣୀ ଖୁଣ୍ଟଠାରେ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । କର୍ଣ୍ଣେଲ ଡକ୍ଟର ରାଜେଶ ସିଂହଙ୍କ ନେତୃତ୍ୱରେ ୩ଟି କାର୍ରେ ଏକ ଚାରିଜଣିଆ ଦଳ ପଞ୍ଜାବ ଓ ହରିଆଣାଦେଇ ଜମ୍ମୁ କାଶ୍ମୀରର କୁର୍ଦ୍ଧୁମୁଲା ଗିରିଶୃଙ୍ଗ ପର୍ଯ୍ୟନ୍ତ ୭ହଜାର କିଲୋମିଟର ଯାତ୍ରା କରିବେ ବୋଲି ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com