paradeepShramik-Andolan_IFFCO_Paradip

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

33

ଇଫ୍କୋ ସାରକାରଖାନାରେ ଶ୍ରମିକ ଅଶାନ୍ତି
ପାରାଦୀପ, ୧୯ା୧୦(ଆପ୍ର): ବନ୍ଦର ନଗରୀ ପାରାଦୀପ ପ୍ରତିଷ୍ଠା ହେବା ଠାରୁ ଶ୍ରମିକ ଅଶାନ୍ତି ଲାଗି ରହିଛି । ଗୋଟିଏ ଶ୍ରମିକ ସଂଘଠନ ନିଜର ପ୍ରତିଆରା ଜାହିରି କରିବା ପାଇଁ ଅନ୍ୟ ଏକ ଶ୍ରମିକ ସଂଘଠନ ଉପରେ ଆକ୍ରମଣ ଏଠାରେ କିଛି ନୂଆ କଥା ନୁହେଁ । ଆଜି ପୂର୍ବହ୍ଣରେ ଇଫକୋ ସାରକାରଖାନା ପରିସରରେ ଦୁଇ ଶ୍ରମିକ ସଂଘଠନ ମଧ୍ୟରେ ସଂଘର୍ଷ ଘଟିଛି । ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କରସ ୟୁନିୟନ ଇଫକୋରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି । ଆଜି ବିଭିନ୍ନ ସମସ୍ୟା ଦାବି ନେଇ ଇଫକୋ କର୍ତ୍ତୃପକ୍ଷଙ୍କ ସହ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇ ଥିଲା । କୌଣସି କାରଣରୁ ଇଫକୋ କର୍ତ୍ତୃପକ୍ଷ ଆଜି ଆଲୋଚନା ପାଇଁ ସ୍ଥଗିତ ରଖିଥିଲେ । ପୂର୍ବ ନିର୍ଦ୍ଧାରିତ ଅନୁସାରେ ପାରାଦୀପ ଇଣ୍ଡଷ୍ଟ୍ରିଆଲ ୱାର୍କରସ୍ କର୍ମକର୍ତ୍ତା ଇଫକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଫେରୁଥିବା ସମୟରେ ଆଇଏନଟିୟୁସି ଶ୍ରମିକ ସଂଘର କିଛି କର୍ମଚାରୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ୮ରୁ ୧୦ଜଣ ଆହାତ ହୋଇଥିବା ଖବର ମିଳିଛି । ପାରାଦୀପ ଇଣ୍ଡଷ୍ଟ୍ରିଆଲ୍ ସଂଘର ସମ୍ପାଦକ ପ୍ରତାପ ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ପ୍ରତାପଙ୍କୁ ବିଜୁ ମେମୋରିଆଲ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଗଣ୍ଡଗୋଳର ସୂତ୍ରପାତ କାରଣ ଆଇଏନଟିୟୁସି କିଛି ଶ୍ରମିକ ଅଳ୍ପ ଦିନ ପୁର୍ବରୁ ପାରାଦୀପ ଇଣ୍ଡଷ୍ଟ୍ରିଆଲ ୱାର୍କରସ୍ ଶ୍ରମିକ ସଂଘରେ ଯୋଗ ଦେଇଥିବାରୁ ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଆହାତ ପ୍ରତାପ ନାୟକ ଏବଂ ଅନ୍ୟ ଶ୍ରମିକମାନେ ଅଭିଯୋଗ ଆଣିଛନ୍ତନ୍ତି । ଏଥିରେ ପୁଲିସ୍ ଉପସ୍ଥିତିରେ ଏହି କର୍ମଚାରୀଙ୍କ ଉପରେ ଆକ୍ରମଣ ଏକ ନିନ୍ଦନୀୟ ଘଟଣା ବୋଲି ସଂଘର ସଭାପତି ଜର୍ନାଦ୍ଧନ ପତି ଅଭିଯୋଗ କରିଛନ୍ତି ।




Powered by odothemes.com