୨୦୨୦ ସୁଦ୍ଧା ମାଛ ରପ୍ତାନିରୁ ୧୦ହଜାର କୋଟି | ସର୍ବସାଧାରଣ ଖବରକାଗଜ
jayadev--bhavan-thare-odishare-matsya-samapadara-bikash-gurutya-sambhabana-o-sujaga-sambhandhiya-karmasalare-cm-navin-pattnaik-udughtan-karuchanti--(2)

୨୦୨୦ ସୁଦ୍ଧା ମାଛ ରପ୍ତାନିରୁ ୧୦ହଜାର କୋଟି

51

ଭୁବନେଶ୍ୱର, ୧୫ ।୧୦(ବୁ୍ୟରୋ): ରାଜ୍ୟରେ ମତ୍ସ୍ୟ ଉପିାଦନ ବୃଦ୍ଧି ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । ମତ୍ସ୍ୟଜୀବୀଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୧୪-୧୫ ଆର୍ଥିକ ବର୍ଷରେ ମତ୍ସ୍ୟ ଉପିାଦନ ୧୩ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ୨୦୨୦ ସୁଦ୍ଧା ବାର୍ଷିକ ୧୦ହଜାର କୋଟି ଟଙ୍କାର ମତ୍ସ୍ୟ ରପ୍ତାନି ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଜୟଦେବ ଭବନରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ତରଫରୁ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ , ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମତ୍ସ୍ୟ ନୀତି ପ୍ରଣୟନ କରିଛି । ଏଥିରେ ମତ୍ସ୍ୟ ଉପିାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରାଯାଇଛି । ଅଲିଭ ରିଡଲେ କଇଁଚ ଯୋଗୁଁ ମାଛ ଧରିପାରୁନଥିବା ୫୦ହଜାର ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଇଛି ।ରାଜ୍ୟର ମତ୍ସ୍ୟ ସମ୍ବଳର ସକାରାତ୍ମକ ଅଭିବୃଦ୍ଧି କରିବା ଓ ମତ୍ସ୍ୟ ଉପିାଦନ କ୍ଷେତ୍ରରେ ପୁଞ୍ଜିନିବେଶକୁ ବୃଦ୍ଧି କରିବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଭିତ୍ତିଭୂମିର ବିକାଶ ପାଇଁ ସରକାରୀ- ଘରୋଇ ଭାଗିଦାରୀ ଲକ୍ଷ୍ୟ ରଖାଯାଇଛି । ମତ୍ସ୍ୟ ଜାଆଁଳା ସୃଷ୍ଟି ପାଇଁ ରିହାତି ପ୍ରଦାନ ସହିତ ଆଉ ୨୬ଟି ନୂତନ ଚିଲିକା ଫ୍ରେସ୍ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । କୃଷି ଓ ମତ୍ସ୍ୟ,ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଣୀ କହିଥିଲେ ଯେ, ୨୦୧୪- ୧୫ ଆର୍ଥିକ ବର୍ଷରେ ୪.୬୭ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉପିାଦିତ ହୋଇଥିଲା ବେଳେ ରପ୍ତାନି ଦ୍ୱାରା ୨୦୬୯ କୋଟି ଆଦାୟ ହୋଇଛି । ରାଜ୍ୟରେ ମଧୁର ଜଳ ମତ୍ସ୍ୟ ଚାଷ ପାଇଁ ଆନ୍ତଭୂମିକ ସଂପ୍ରସାରଣ ମାଧ୍ୟମରେ ମାଛ ଚାଷ ଉପଯୋଗୀ ଜଳ ଉତ୍ସର ସଫଳ ବିନିଯୋଗ ଦ୍ୱାରା ହେକ୍ଟର ପିଛା ୫ ଟନ୍ ମାଛ ଉପିାଦନର ଲକ୍ଷ୍ୟ ରହିଛି । ମତ୍ସ୍ୟ ଉପିାଦନ କ୍ଷେତ୍ରରେ ରାଜ୍ୟ ଆତ୍ମ ନିର୍ଭରଶୀଳ ହେବାକୁ ପ୍ରୟାସ କରାଯାଉଛି । ଏଥିସହିତ ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ ସରକାର ଜଣ ପ୍ରତି ଲକ୍ଷେ ଟଙ୍କା ରିହାତି ଭାବରେ ୫୦୦୦ ଡଙ୍ଗା, ଜାଲ ଫାଇଲିନ୍ ପୀଡ଼ିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଯୋଗାଇ ଦିଆଯାଇଛି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ରାଜ୍ୟର ୪୮୦ କିମି ବ୍ୟାପୀ ସୁଦୀର୍ଘ ଉପକୂଳ ମତ୍ସ୍ୟ ଉପିାଦନ ପାଇଁ ଉକ୍ରୃଷ୍ଟ ସ୍ଥାନ । ମତ୍ସ୍ୟ ଉପିାଦନରେ ରାଜ୍ୟ ସ୍ୱାବଲମ୍ବୀ ହେବା ସହିତ ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । କୌଶଲ୍ୟାଗଙ୍ଗ ଠାରେ ମଧୁର ଜଳମତ୍ସ୍ୟ ଉପିାଦନ କେନ୍ଦ୍ରରେ ଚିଲିକା ହବ୍ ନାମରେ ଏକ ପର୍ଯ୍ୟଟନ ପ୍ରକଳ୍ପ ପାଇଁ କୃଷି ମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି ଯୋଗ ଦେଇଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ନିର୍ଦ୍ଧେଶକ ପି କ୍ରିଷ୍ଣାମୋହନ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓପିଏସ୍ସି ଦ୍ୱାରା ଯୋଗ୍ୟ ବିବେଚିତ ୧୨୪ ଜଣ ନୂତନ ସହଯୋଗୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ମତ୍ସ୍ୟ ବିଭାଗର ନୂତନ ୱେବସାଇଟ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ ।




Powered by odothemes.com