IMG_0226

ଶପଥ ନେଲେ ବିଜୟୀ ପ୍ରାର୍ଥୀ

36

ଭୁବନେଶ୍ୱର,୧୫ା୧୦(ବୁ୍ୟରୋ): ରାଜଧାନୀର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜଧାନୀରେ ରମାଦେବୀ ବିଶ୍ୱବିଦ୍ୟାଳୟ ବ୍ୟତୀତ ଅନ୍ୟ କଲେଜରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିନ ୧୧ଟା ସମୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଜେତାମାନେ ନିଜ ନିଜ କଲେଜରେ ଶପଥ ଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ନେତା ଭାବେ ଶପଥ ଗ୍ରହଣ କରୁଥିବାରୁ ସେମାନେ ଅଧିକ ଉତ୍ସାହିତ ଥିଲେ । ଶପଥ ନେବା ପୂର୍ବରୁ ବିଜୟୀ ପ୍ରାର୍ଥୀଙ୍କୁ ସେମାନଙ୍କୁ ସମର୍ଥକମାନେ ଶୁଭେଚ୍ଛା ଜଣାଇଥିଲେ ।  ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜୟୀ ପ୍ରାର୍ଥୀମାନେ ସକାଳ ୧୦ଟା ପୂର୍ବରୁ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଶପଥ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରଥମେ ସେମାନେ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ପ୍ରଣାମ କରି ଆର୍ଶିବାଦ ଭିକ୍ଷା କରିଥିଲେ । ୟୁନିଅନ୍ ପଦବୀ ପାଇଁ ପ୍ରଥମେ ବିଶ୍ୱବିଦ୍ୟ୍ୟାଳୟର ଓଏସ୍ଡି ପଦ୍ମଜା ମିଶ୍ର ସଭାନେତ୍ରୀ ମେଘା କାନୁନ୍ଗୋଙ୍କୁ ଶପଥ ପାଠ କରାଇଥିଲେ । ସେହିପରି ଉପସଭାପତି ସରୋଜିନୀ ସାରଦାଙ୍କୁ ରେଜିଷ୍ଟର ଚିତ୍ରାଙ୍ଗଦା ସାମନ୍ତସିଂହାର, ପିଜି କାଉନ୍ସିଲ୍ ଚେୟାରମେନ୍ ବାଣୀ ସେନଗୁପ୍ତା ସାଧାରଣ ସଂପାଦିକା ଅନିଶା ସୁବୁଦ୍ଧି ଏବଂ ସହ ସାଧାରଣ ସଂପାଦିକା ଭାବେ ରଞ୍ଜିତା ବେହେରା ଛାତ୍ର ସଂସଦ ଉପଦେଷ୍ଠା ଜୟଶ୍ରୀ ସାମଲ ଶପଥ ପାଠ କରାଇଥିଲେ । ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଷ୍ଟୁଡେଣ୍ଟ ୟୁନିୟନର ଶ୍ରେଣୀ ପ୍ରତିନିଧି ଭାବେ ପାର୍ବତୀ ବାରିକ୍, ଅଙ୍କିତା ମହାନ୍ତି ଶପଥ ଗ୍ରହଣ କରିଥିଲେ । ସେହିପରି କ୍ରୀଡା ସଂପାଦିକା ଭାବେ ରଶ୍ମିରେଖା ନାୟକ, ସହ କ୍ରୀଡା ସଂପାଦିକା ଭାବେ ସ୍ୱୟମ୍ପ୍ରଭା ଭୋଇ, ନାଟ୍ୟ ବିଭାଗ ସଂପାଦିକା ଭାବେ ରୋନାଲି ରୟ, ନାଟ୍ୟ ବିଭାଗର ଶ୍ରେଣୀ ପ୍ରତିନିଧି ଭାବେ ସଙ୍ଗୀତା ପଣ୍ଡା, ଅନ୍ୱେଷା ମହାନ୍ତି, ଗାୟତ୍ରୀ ପଣ୍ଡା ଶପଥ ଗ୍ରହଣ କରିଥିଲେ । ଡିଏସ୍ଏ ସଂଘ ସଂପାଦିକା ଭାବେ କେ ସହେଲି, ସାଇନ୍ସ ସୋସାଇଟି ସଂପାଦିକା ଭାବେ ଶୁଭଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ସାଇନ୍ସ ସୋସାଇଟି ସଂପାଦିକା ଭାବେ ଜ୍ୟୋତିପ୍ରଭା ଜେମା ଶପଥ ଗ୍ରହଣ କରିଥିଲେ । ସାମାଜିକ ସେବା ସଂପାଦିକା ଭାବେ ତେଜସ୍ୱୀନି ସାହୁ ଏବଂ ଅତିରିକ୍ତ ସାମାଜିକ ସେବା ସଂପାଦିକା ଭାବେ ଦୀପ୍ତିମୟୀ ନାୟକ ଶପଥ ଗ୍ରହଣ କରିଥିଲେ । ବିଜେବି କଲେଜରେ ସଭାପତି ଭାବେ ଲଗ୍ନଜିତ୍ ପାତ୍ର, ସାଧାରଣ ସଂପାଦକ ଭାବେ ସ୍ମୃତି ରଞ୍ଜନ ପଣ୍ଡା, ଉପ ସଭାପତି ଭାବେ ଅରୁନ୍ଧତି ସୁନ୍ଦରାୟ, ନାଟ୍ୟ ସଂପାଦକ ଭାବେ ସୌମ୍ୟ ରଞ୍ଜନ ମହାପାତ୍ର, କ୍ରୀଡା ସଂପାଦକ ଭାବେ ପଙ୍କଜ କୁମାର ମହାନ୍ତି, କଳା ବିଭାଗ ସଂପାଦିକା ଭାବେ ପାୟଲ୍ ଦୀକ୍ଷିତ୍, ବାଣିଜ୍ୟ ବିଭାଗ ସଂପାଦିକ ପ୍ରିତମ୍ ବିଶୋୟି ଏବଂ ବିଜ୍ଞାନ ବିଭାଗ ସଂପାଦକ ଭାବେ ସାଶ୍ୱତ ମିଶ୍ର ଶପଥ ଗ୍ରହଣ କରିଛନ୍ତି । ସେହିଭଳି ଦେବରାୟ, କମଳାନେହେରୁ କଲେଜରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଶପଥ ଗ୍ରହଣ ଉତ୍ସବ ପରେ ସମସ୍ତ କଲେଜକୁ ଦୁର୍ଗାପୂଜା ଛୁଟି ପାଇଁ ବନ୍ଦ ଘୋଷଣା କରାଯାଇଛି ।




Powered by odothemes.com