୧୨ ଜିଲ୍ଲାର ୧୦୭ ବ୍ଲକ୍ରେ ମରୁଡିÿ

26

ଭୁବନେଶ୍ୱର, ୧୪ ।୧୦(ବୁ୍ୟରୋ): ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାଜ୍ୟର ୧୨ଟି ଜିଲ୍ଲାର ୧୦୭ ବ୍ଲକ୍ରେ ୨ ଲକ୍ଷ ୫୭ ହଜାର ୯୩୦ ହେକ୍ଟର ଜମିରେ ମରୁଡି ପରିସ୍ଥିତି ଦେଖାଦେଇଛି । କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ହୋଇଥିବା ମିଳିତ ସର୍ଭେ ଅନୁଯାୟୀ ଏସବୁ ଅଞ୍ଚଳରେ ଫସଲ କ୍ଷତିର ପରିମାଣ ୩୩%ରୁ ଅଧିକ ବୋଲି ଆକଳନ କରାଯାଇଛି ବୋଲି ରାଜସ୍ୱ ମନ୍ତ୍ର ବିଜୟଶ୍ରୀ ରାଉତରାୟ କହିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି, ଉଭୟ ବିଭାଗ ପକ୍ଷରୁ ଏହା ହେଉଛି ଆଖି ଦେଖା ଆକଳନ । ଫସଲ କଟା ସରିଲେ ପ୍ରକ୍ୟତ ଆକଳନ କରାଯିବ ଏବଂ କେତେ ଜମିରେ ଫସଲ ନଷ୍ଟ ହୋଇଛି ତାହା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ିବ । ଯେହେତୁ କେନ୍ଦ୍ର ସରକାରଙ୍କ ସଂଶୋଧିତ ନୀତି ଅନୁଯାୟୀ ୩୩% ଫସଲ କ୍ଷତି ପାଇଁ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ଅଛି, ସେ ଦୃଷ୍ଟିରୁ ଏସବୁ ଜିଲ୍ଲାର ସମ୍ପୃକ୍ତ ବ୍ଲକ୍ର କ୍ଷତିଗ୍ରସ୍ତ ଚାଷୀମାନେ ରିଲିଫ୍ ପାଇବେ । ସରକାରଙ୍କ ନିକଟରେ ଆଜି ଦାଖଲ ହୋଇଥିବା ମିଳିତ ସର୍ଭେ ରିପୋର୍ଟରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୭୩,୩୮୮ ହେକ୍ଟର ଚାଷ ଜମିରେ ୩୩%ରୁ ଅଧିକ ଫସଲହାନି ହେବ । ଏହାପଛକୁ ଖୋର୍ଦ୍ଧା ଜିଲ୍ଲାରେ ୬୬,୫୪୦ ହେକ୍ଟର, ନବରଙ୍ଗପୁର ଜିଲ୍ଲାରେ ୬୪,୩୮୮ ହେକ୍ଟର, ନୟାଗଡ ଜିଲ୍ଲାରେ ୨୧,୪୯୪ ହେକ୍ଟର, ମୟୂରଭଞ୍ଜ ଜିଲ୍ଲାରେ ୧୯,୭୭୬ ହେକ୍ଟର, କେନ୍ଦୁଝର ଜିଲ୍ଲାରେ ୧୬,୭୨୪ ହେକ୍ଟର, କନ୍ଧମାଳ ଜିଲ୍ଲାରେ ୬,୨୬୬ ହେକ୍ଟର, ଯାଜପୁର ଜିଲ୍ଲାରେ ୬,୧୬୨ ହେକ୍ଟର, ପୁରୀରେ ୫ ହଜାର ହେକ୍ଟର, ବାଲେଶ୍ୱରରେ ୨,୩୪୦ ହେକ୍ଟର, ବୌଦ୍ଧରେ ୧,୭୯୦ ହେକ୍ଟର, ସୁବର୍ଣ୍ଣପୁରରେ ୧୭୧ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି । କେନ୍ଦୁଝର, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଲେଖାଏଁ ବ୍ଲକ୍ରେ ହାରାହାରି ବୃଷ୍ଟିପାତ ଠାରୁ ୫୯% କମ୍ ବର୍ଷା ହୋଇଥିବାବେଳେ ୧୪ଟି ଜିଲ୍ଲାର ୨୬ ବ୍ଲକ୍ରେ ୩୯%ରୁ ୫୯% ପର୍ଯ୍ୟନ୍ତ କମ୍ ବର୍ଷା ଓ ୨୬ଟି ଜିଲ୍ଲାର ୭୮ ବ୍ଲକ୍ରେ ହାରାହାରି ୧୯%ରୁ ୩୯% ପର୍ଯ୍ୟନ୍ତ କମ୍ ବର୍ଷା ହୋଇଛି । ଅନ୍ୟ ୨୦୭ ବ୍ଲକ୍ରେ ହାରାହାରି ୧୯% ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ଫସଲହାନି ଆଶଙ୍କା ବିଶେଷ ନାହିଁ । ଚଳିତ ବର୍ଷ ଖରିଫ୍ରେ ୩୫ ଲକ୍ଷ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟ ରଶାଯାଇଥିଲା । ହେଲେ ୩୬.୫୬ ହେକ୍ଟର ଜମିରେ ଚାଷ କରାଯାଇଥିଲା । ତେବେ ସ୍ୱଳ୍ପବୃଷ୍ଟି ଯୋରଗୁ ୩୬.୨୧ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସମ୍ଭବପର ହୋଇଛି । ସେହିଭଳି ୨୬.୬୬ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଳକ୍ଷ୍ୟ ରଖାଯାଇଥିଲା । ମାତ୍ର ୨୩.୪୧ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସମ୍ଭବପର ହୋଇଛି । ମୋଟ ଧାନ ଓ ଅଣଧାନ ୬୧.୬୬ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସ୍ୱଳ୍ପବୃଷ୍ଟି ଯୋଗୁ ୫୯.୬୨ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସମ୍ଭବପର ହୋଇଛି । ଜିଲ୍ଲାପାଳ ଓ କୃଷି ବିଭାଗ ଅଧିକାରୀମାନେ ଦେଇଥିବା ରିପୋର୍ଟ ଅନୁଯାୟୀ ସ୍ୱଳ୍ପବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ଯଥା ରୁଆ ଓ ବେଉଷଣ କାର୍ଯ୍ୟରେ ବିଳମ୍ବ ହୋଇଛି । ଅଣଜଳସେଚିତ ଅଞ୍ଚଳରେ ଡିପ ଜମି ଗୁଡ଼ିକରେ ଫସଲ ବିଶେଶୟଷ ଭାବେ ପ୍ରଭାବିତ ହୋଇଛି ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।




Powered by odothemes.com