14-10-2015=2

ମକା ଚାଷର ବିକାଶ ପାଇଁ ‘ମକା ମିଶନ’

43

ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ) : ନବରଙ୍ଗପୁର ଜିଲ୍ଲାରେ ମକା ଚାଷର ବିକାଶ ଓ ଏହାର ବଜାର ସୁଯୋଗର ସଂପ୍ରସାରଣ ପାଇଁ ‘ମକା ମିଶନ’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ନବରଙ୍ଗପୁରର ଉମରକୋଟ ଅଞ୍ଚଳ ମକା ଚାଷ ପାଇଁ ପ୍ରସିଦ୍ଧ ଏବଂ ମକା ଚାଷର ବିକାଶ ଦ୍ୱାରା ଜିଲ୍ଲାର ଆର୍ଥିକ ବିକାଶ ତ୍ୱରାନ୍ୱିତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଦୁଇ ଜିଲ୍ଲାର ବିକାଶ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ଓ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଜି ସେମାନଙ୍କ ଜିଲ୍ଲା ଗସ୍ତର ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ମାଲକାନଗିରି ଓ ନବରଙ୍ଗପୁରର ଜିଲ୍ଲାପାଳ ଦ୍ୱୟ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ମତାମତ ରଖିଥିଲେ । ମାଲକାନଗିରି ଜିଲ୍ଲା ଗସ୍ତ କରିଥିବା ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା ଜଳସେଚନ ବ୍ୟବସ୍ଥାର ସଂପ୍ରସାରଣ, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଦୁ୍ୟତ୍ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ସଂପର୍କରେ ତାଙ୍କ ରିପୋର୍ଟରେ ପ୍ରସ୍ତାବ ଦେବା ସହ ଜିଲ୍ଲାରେ ବିଏସଏସଏଲ ସେବା ସଂପ୍ରସାରଣ ଏବଂ ଅଧିକ ବ୍ୟାଙ୍କ ଶାଖା ଖୋଲାଯିବା ସଂପର୍କରେ ମଧ୍ୟ ମତ ରଖିଛନ୍ତି । ଜିଲ୍ଲାର ଖଇରିପୁଟ, ମାଥିଲି ଓ କୁଡୁମୁଲୁଗାମା ବ୍ଲକର ଜଳସେଚନ ସୁବିଧାର ସଂପ୍ରସାରଣ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ରାସ୍ତାର ଉନ୍ନତିକରଣ, ଗୁରୁପି୍ରୟା ସେତୁ ସମେତ ଜିଲ୍ଲାର ଛୋଟ ବଡ ସେତୁର ନିର୍ମାଣ ଠିକ୍ ସମୟରେ ଶେଷ କରାଯିବ, ଡାକ୍ତର ଓ ପାରମେଡିକାଲ କର୍ମଚାରୀ ପଦବୀ ପୂରଣ, ଶିକ୍ଷକଙ୍କ ତାଲିମ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ନବରଙ୍ଗପୁର ଜିଲ୍ଲା ସଂପର୍କରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଜିଲ୍ଲାରେ କୃଷି, ବିଶେଷତଃ ପରିବା ଚାଷ ପାଇଁ ଥିବା ସୁଯୋଗର ଉପଯୋଗ କରାଯିବା, କୃଷି ଯାନ୍ତ୍ରିକକରଣ, ଗ୍ରାମ୍ୟ ବିଦୁ୍ୟତ୍ କରଣ, ଉପିାଦିତ ସାମଗ୍ରୀର ବିକି୍ରବଟା ପାଇଁ ବଜାର ସୁବିଧା, ଖାଲିଥିବା ଶିକ୍ଷକ, ଡାକ୍ତର, ପାରାମେଡିକାଲ ଏବଂ ଅନ୍ୟ କର୍ମଚାରୀ ପଦବୀ ପୂରଣ, ମାଛ ଚାଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମାଲକାନଗିରି ପରି ନବରଙ୍ଗପୁର ଜିଲ୍ଲାରେ ଅଧିକ ବ୍ୟାଙ୍କ ଶାଖା ଖୋଲାଯିବା ଉପରେ ବୈଠକରେ ଗୁୁରୁତ୍ୱ ଦିଆଯାଇଥିଲା । ଉନ୍ନୟନ କମିଶନର ଓ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ପ୍ରସ୍ତାବକୁ ଭିତ୍ତି କରି ବିଭିନ୍ନ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ ଏବଂ ପ୍ରତି ମାସରେ ଥରେ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବ ବୋଲି କହିଥିଲେ । ଦୂରଦୂରାନ୍ତ ଜିଲ୍ଲାମାନଙ୍କରେ କାମ କରୁଥିବା ଡାକ୍ତରମାନଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ବଦଳି ନୀତି ଏକ ମାସ ମଧ୍ୟରେ ଚୂଡାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । ଏହା ସହିତ ଖାଲିଥିବା ଜିଲ୍ଲାସ୍ତରୀୟ କୃଷି ଓ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ନିଯୁକ୍ତି କରାଯିବା, ଉଠା ଜଳସେଚନ ପଏଣ୍ଟ ଗୁଡିକର ବିଦୁ୍ୟତ୍କରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ନିୟନ୍ତ୍ରିତ ବଜାର କମିଟିର ଚେକ୍ଗେଟ୍ ଗୁଡିକର ଉଚ୍ଛେଦ ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ ।




Powered by odothemes.com