୩ ଜଳ ବିଦୁ୍ୟତ୍ ପ୍ରକଳ୍ପ ଆଧୁନିକୀକରଣ

sri

ଭୁବନେଶ୍ୱର (ବୁ୍ୟରୋ): ଅଧିକ ଜଳ ବିଦୁ୍ୟତ୍ ଉପିାଦନ ନିମନ୍ତେ ହୀରାକୁଦ ପ୍ରକଳ୍ପର ବୁର୍ଲାର ୨ଟି ୟୁନିଟ୍, ଚିପିଲିମାର ଗୋଟିଏ ଓ ବାଲିମେଳାର ୬ଟି ୟୁନିଟ୍ର ପୁନରୁଦ୍ଧାର ଓ ଆଧୁନିକରଣ କରାଯିବ । ଆଧୁନିକରଣ ପରେ ଏହି ୟୁନିଟ୍ଗୁଡ଼ିକର ଉପିାଦନ କ୍ଷମତା ୪୫୯ ମେଗାୱାଟ୍ରୁ ବୃଦ୍ଧି ପାଇ ୪୭୦ ମେଗାୱାଟ୍ ହେବ । ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅକ୍ଷ୍ୟକ୍ଷତାରେ ଓଡ଼ିଶା ଜଳ ବିଦୁ୍ୟତ୍ ନିଗମ (ଓଏଚ୍ପିସି) ଅଧୀନସ୍ଥ ୭ଟି ଜଳ ବିଦୁ୍ୟତ୍ ପ୍ରକଳ୍ପର ପୁରୁଣା ୟୁନିଟ୍ଗୁଡ଼ିକର ପୁନରୁଦ୍ଧାର ଓ ଆଧୁନିକରଣ ସଂପର୍କରେ ସମୀକ୍ଷା କରାଯାଇଛି । ସମୀକ୍ଷାରୁ ଜଣାପଡ଼ିଛି, ହୀରାକୁଦର ପ୍ରକଳ୍ପ ବୁର୍ଲାର ୫,୬ ୟୁନିଟ୍ର ଆଧୁନିକରଣ କରାଯିବ । ଏଥିପାଇଁ ୧୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ଅଢେଇବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ସେହିଭଳି ବାଲିମେଳାର ୬ଟି ୟୁନିଟ୍ର ଆଧୁନିକରଣ ପାଇଁ ୬୫୪ କୋଟି ଓ ଚିପିଲିମାର ଗୋଟିଏ ୟୁନିଟ୍ ଲାଗି ୬୬କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଇତି ମଧ୍ୟରେ ବୁର୍ଲାର ୪ଟି ୟୂୁନିଟ୍, ଚିପିଲିମାର ଗୋଟିଏ ୟୁନିଟ୍ ଓ ରେଙ୍ଗାଲିର ୨ଟି ୟୁନିଟ୍ର ଆଧୁନିକରଣ କାର୍ଯ୍ୟ ଶେଷ ହୋଇଛି । ଏହାଦ୍ୱାରା ୪୦ ମେଗାୱାଟ୍ ବିଦୁ୍ୟତ୍ ଉପିାଦନ ହେଉଛି । ବର୍ତ୍ତମାନ ମୋଟ ୧୪୭୦ ମେଗାୱାଟ୍ ବିଦୁ୍ୟତ୍ ଉପିାଦନ ହେଉଛି । ଆଧୁନିକରଣ କାର୍ଯ୍ୟ ଶେଷ ହେଲେ ଏହା ୧୫୨୫ ମେଗାୱାଟ୍କୁ ବୃଦ୍ଧି ପାଇବ । ପିକ୍ ଆୱାର ସମୟରେ ଆବଶ୍ୟକ ପଡ଼ୁଥିବା ବିଦୁ୍ୟତ୍ ପାଇଁ ପ୍ରାୟ ୩୦୦ ମେଗାୱାଟ୍ ଜଳବିଦୁ୍ୟତ୍ ଦିୟାଯାଉଛି ବୋଲି ଶକ୍ତି ସଚିବ ସୁରେଶ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ପିକ୍ ଆୱାରରେ ପ୍ରାୟ ୪୧୫୦ ମେଗାୱାଟ୍ ବିଦୁ୍ୟତ୍ ଆବଶ୍ୟକ ପଡ଼ୁଛି । ଜଳବିଦୁ୍ୟତ୍ ସମେତ ଅନ୍ୟାନ୍ୟ ସୂତ୍ରରୁ ଏହା ଅଣାଯାଇ ଭରଣା କରଯାଉଛି । ୪ଟି ଘରୋଇ ତାପଜ ବିଦୁ୍ୟତ୍ କେନ୍ଦ୍ର ଖୁବ୍ ଶୀଘ୍ର ଉପିାଦନ ଆରମ୍ଭ କରିବେ । ନଭେମ୍ବର ମାସରେ ବୈଠକ କରାଯାଉ ବିଦୁ୍ୟତ୍ କାଟ କରାଯିବ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳଧାରଣର କ୍ଷମତାର ୯୯.୩୦%, ବାଲିମେଳ ଜଳଭଣ୍ଡାରେ ୭୧.୫୦%, ରେଙ୍ଗାଲିରେ ୫୯.୭୦%, ଅପରକୋଲାବ୍ରେ ୮୪.୧୦% ଓ ଅପର ଇନ୍ଦ୍ରାବତୀରେ ୫୭.୮୦% ଜଳ ରହିଛି । ତେଣୁ ଜଳବିଦୁ୍ୟତ୍ ଉପିାଦନରେ ଏବେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ବୈଠକରେ ଶକ୍ତିମନ୍ତ୍ରୀ ପ୍ରଣବ କିଶୋର ଦାସ, ମୁଖ୍ୟ ସଚିବ, ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ର ନାତ ବେହେରା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଅତିରିକ୍ତ ମୁଖ୍ୟ ସଚିବ ଆର.ବାଲକ୍ରିଷ୍ଣନ୍, ଜଳସଂପଦ ସଚିବ ପ୍ରଦୀପ ଜେନା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଓଡ଼ିଶା ଜଳ ବିଦୁ୍ୟତ୍ ନିଗମ ପକ୍ଷରୁ ୨୦୧୪-୧୫ ଲାଭାଂଶ ବାବଦରେ ୪ କୋଟି ୬୭ ଲକ୍ଷ ୮୦ ହଜାର ୨୫୨ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।