31oribus1jpg_190128

ଷ୍ଟେସନ୍ରେ ଲୁଟେରାଙ୍କ ଆତଙ୍କ

16

ଭୁବନେଶ୍ୱର, ୮ ।୧୦ (ବୁ୍ୟରୋ): ଷ୍ଟେସନ୍ରେ ଲୁଟେରାଙ୍କ ଆତଙ୍କ ବେଳକୁ ବେଳ ବଢିବାରେ ଲାଗିଛି । ସେମାନେ ପୁଲିସ୍କୁ ଚ୍ୟାଲେଞ୍ଜ୍ କରି ଯାତ୍ରୀଙ୍କ ଠାରୁ ଲୁଟ୍ପାଟ କରୁଛନ୍ତି । କେବେ କେବେ ସେମାନେ ଚାହାରେ ନିଶା ମିଶାଇ ଲୁଟୁ ଛନ୍ତି ତ’ ଆଉ କେତେବେଳେ ଯାତ୍ରୀ ପ୍ରତୀକ୍ଷାଳୟରେ ପଶି ଲୁଟ୍ କରୁଛନ୍ତି । ଯହା ଫଳରେ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଷ୍ଟେସନ୍ରେ ମାଳ ମାଳ ପୁଲିସ୍ ଓ ସିସିଟିଭି ଫୁଟେଜ୍ ଥିବା ସତେ ଲୁଟେରାମାନେ କିଭଳି ଭାବେ ଲୁଟ୍ପାଟ୍ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୁଟେରାମାନେ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ଭଳି ପ୍ଲାଟ୍ଫର୍ମ୍ ଟିକେଟ୍ କାଟି ଭିତରକୁ ଯାଉଛନ୍ତି । ସମୟ ଦେଖି ଯାତ୍ରୀମାନଙ୍କ ସହିତ ମିଠା କଥା କହି ବନ୍ଧୁତା ବାନ୍ଧିଥାନ୍ତି । ପରେ ପରେ ଯାତ୍ରମାନଙ୍କର ବିଶ୍ୱାସର ପାତ୍ର ହୋଇ ବିସ୍କୁଟ୍ କିମ୍ବା ଚାହାରେ ନିଶା ମିଶାଇ ଯାତ୍ରୀଙ୍କୁ ଦିଅନ୍ତି । ପରେ ପରେ ନିଶା ବଢ଼ିବା ପରେ ସର୍ବସ୍ୱ ଲୁଟି ନେଇ ଫେରାର ହୋଇଯାଆନ୍ତି । ସବୁଠୁ ବଡ଼ କଥା ହେଲା ଲୁଟେରାଙ୍କୁ ପୁଲିସ୍ ଜାଣିଥିଲେ ମଧ୍ୟ ନ ଜାଣିବା ପରି ଚୁପ ରହୁଛନ୍ତି । ଯାହା ଫଳରେ ସେମାନଙ୍କ ଆତଙ୍କ ବେଳକୁ ବେଳ ବଢି ଚାଲିଛି । ଗତ ତିନି ମାସରେ ୨୦ରୁ ଅଧିକ ଲୁଟେରା ଧରା ପଡି ଗିରଫ ହୋଇଛନ୍ତି । ଆଉ କେତେକ ଲୁଟେରା ଫେରାର ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ରେଳବାଇ ପୁଲିସ୍ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି ।




Powered by odothemes.com